www.samajalive.in
Saturday, December 6, 2025
14.1 C
Bhubaneswar

ସତ୍ୟନଗର ଶ୍ମଶାନରେ ଶେଷହେଲା ବିଜୟଙ୍କ ଶେଷକୃତ୍ୟ

ଭୁବନେଶ୍ବର : ବରିଷ୍ଠ ଅଭିନେତା ବିଜୟ ମହାନ୍ତଙ୍କର ଶେଷକୃତ୍ତ୍ୟ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ୟ କରାଯାଇଛି। ବିଜୟଙ୍କ ଜ୍ବାଇଁ ମୁଖାଗ୍ନି ଦେଇଥିବା ଜଣାପଡିଛି। ନିଜର ବଳିଷ୍ଠ ଅଭିନୟରେ ଲକ୍ଷ ଲକ୍ଷ କନ୍ଦାଉଥିବା ବିଜୟ ଗତକାଲି ରାତିରେ ସତରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଥିଲେ। ଗତକାଲି ରାତି ୯ ଟା ସମୟରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କ ଦେହାନ୍ତ ହୋଇଥିଲା। ଆଜି ସକାଳେ ବିଜୟଙ୍କ ପାର୍ଥିବ ଶରୀର ହସ୍ପିଟାଲରୁ ତାଙ୍କ ବମିଖାଲ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ବନ୍ଧୁ ଓ ପରିବାର ବର୍ଗଙ୍କ ଶେଷ ଦର୍ଶନ କରିଥିଲେ।

ବମିଖାଲ ସ୍ଥିତ ବାସଭବନରୁ ବିଜୟ କର୍ମମୟ ଜୀବନ ବିତାଇଥିବା ସଙ୍ଗୀତ ମହାବିଦ୍ୟାଳୟକୁ ତାଙ୍କ ପାର୍ଥୀବ ଶରୀରକୁ ନିଆଯାଇଥିଲା। ସେଠାରେ ବିଜୟଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ସମସ୍ତ ଓଡିଆ କଳାକାରମାନେ ତାଙ୍କର ଶେଷଦର୍ଶନ କରିଥିଲେ। ବହୁ ବରିଷ୍ଠ ଅଭିନେତାଙ୍କ ସହ ରାଜନେତାମାନେ ମଧ୍ୟ ଓଡିଆ ଚଳଚିତ୍ର ଜଗତର ବାଦଶାହା ବଜିୟ ମହାନ୍ତଙ୍କୁ ଶେଷ ଦର୍ଶନ କରିଥିଲେ। ସଙ୍ଗୀତ ମହାବିଦ୍ୟାଳୟରୁ ବିଜୟଙ୍କ ପାର୍ଥୀବ ଶରୀର  ଭୁବନେଶ୍ବର ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories