www.samajalive.in
Saturday, December 6, 2025
23.1 C
Bhubaneswar

ଆଞ୍ଚଳିକ ଭାଷାରେ ୮୦୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଲା ଡେଲିହଣ୍ଟ

ନୂଆଦିଲ୍ଲୀ: ଡେଲିହଣ୍ଟ ପ୍ୟାରେଣ୍ଟ୍ କମ୍ପାନୀ ତଥା ସର୍ଟ ଭିଡିଓ ମନୋରଞ୍ଜନ ଆପ୍ ଜୋସ୍ ନିର୍ମାତାଙ୍କୁ ବଡ଼ ସଫଳତା ମିଳିଛି ।  କାନାଡା ପେନସନ୍ ଯୋଜନା ବିନିଯୋଗ ବୋର୍ଡଙ୍କ ନେତୃତ୍ୱରେ ଏକ  ବଡ଼ ସଫଳତା ହାସଲ କରିଛି ଡେଲିହଣ୍ଟ ପ୍ୟାରେଣ୍ଟ୍ କମ୍ପାନୀ । ଆଞ୍ଚଳିକ ଭାଷାରେ ୮୦୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଛି ଡେଲିହଣ୍ଟ । ବେଙ୍ଗାଲୁରୁ ସ୍ଥିତ କମ୍ପାନୀରେ ସିପିପି ଇନଭେଷ୍ଟମେଣ୍ଟସ୍ ଏହି ଆର୍ଥିକ ରାଉଣ୍ଡରେ ୪୨୫ ମିଲିୟନ୍ ଡଲାର୍ ରହିଥିବା ଜଣାପଡ଼ିଛି । ଅନଟାରିଓ ଶିକ୍ଷକମାନଙ୍କ ପେନସନ ଯୋଜନା ବୋର୍ଡ, ଲକ୍ସର୍ କ୍ୟାପିଟାଲ୍, ସୁମେରୁ ଭେଞ୍ଚର୍ସ ଭଳି ଅନେକ ସଂଗଠନ ଏଥିରେ ଅଂଶଗ୍ରହଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ମାସ ମଧ୍ୟରେ ଏହା ୧.୫ ବିଲିୟନ ଡଲାର ସଂଗ୍ରହ କରିଛି । ବର୍ତ୍ତମାନ ଏହାର ମୂଲ୍ୟ ୫ ବିଲିୟନ ଡଲାର ନିକଟତର ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।  କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି କି ଡାଟା ସାଇନ୍ସର କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ପ୍ରୟାସ କରାଯାଇଛି । ଏଥିଲାଗି ମେସିନ୍ ଲର୍ନିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଉପରେ ଗୁରୁତ୍ବ ଦେଉଛି ଡେଲିହଣ୍ଟ ।

- Advertisement -

ନିକଟରେ ଏନେଇ କମ୍ପାନୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ କହିଛି କି କମ୍ପାନୀ ଏହାର ଅଫର୍, ମୋନେଟାଇଜେସନ୍ ମଡେଲ, ଆହୁରି କିଛି ବଡ଼ ବଡ଼ ଦିଗ ପ୍ରତି ଦୃଷ୍ଟିଦେବ । ତାହା ସହ ଆଇପିଓ ସ୍କେଲ୍ ବ୍ୟବସାୟ ସୃଷ୍ଟି କରିବାକୁ ଯୋଜନା କରିଛି ।

ଡେଲିହଣ୍ଟ ପ୍ରତି ମାସରେ ୩୫୦ ମିଲିୟନ୍ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ବେଳେ କ୍ଷୁଦ୍ର ଭିଡିଓ ଆପ୍ ଜୋସରେ ମାସିକ ୧୩୯ ମିଲିୟନ ଲୋକ ସକ୍ରିୟ ରହୁଛନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories