www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତି ମଧ୍ୟ ତୁଣ୍ଡି ବାନ୍ଧିବା, ସାମାଜିକ ଦୂରତା ରଖିବା ଆବଶ୍ୟକ: ଡା. ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକାର ସମସ୍ତ ପାନ ନେଇସାରିଥିବା ବ୍ୟକ୍ତି ମଧ୍ୟ ମୁହଁରେ ତୁଣ୍ଡି ବାନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ବୋଲି କହିଛନ୍ତି ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ର ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ। ସେ କହିଛନ୍ତି, ଏହି ଭୂତାଣୁ ଲଗାତାର ନିଜର ମ୍ୟୁଟେସନରେ ପରିବର୍ତ୍ତନ କରୁଛି ଏବଂ ନୂଆ ଭାରିଆଣ୍ଟ କ୍ଷେତ୍ରରେ ଟିକା କିଭଳି ସୁରକ୍ଷା ପ୍ରଦାନ କରିବ ତାହାକୁ ନେଇ ଅନିଶ୍ଚିତତା ରହିଛି। ଗୁରୁବାର ଦିନ ଆମେରିକାର ସେଣ୍ଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ପକ୍ଷରୁ କୁହାଯାଇଥିଲା ଯେ ସଂପୂର୍ଣ୍ଣ ଟିକାକରଣ ସରିଥିବା ବ୍ୟକ୍ତି ଆଉ ତୁଣ୍ଡି ବାନ୍ଧିବାର ଆବଶ୍ୟକତା ନାହିଁ ଏବଂ ସେମାନେ ମହାମାରୀ ପୂର୍ବ ସମୟ ଭଳି ନିଜର ସମସ୍ତ କାର୍ଯ୍ୟ ସ୍ୱାଭାବିକ ଭାବେ କରିପାରିବେ। ତେବେ ଭାରତରେ ସରକାରୀ ଅଧିକାରୀ ଏବଂ ଚିକିତ୍ସା ବିଶେଷଜ୍ଞମାନେ ଭିନ୍ନମତ ରଖିଛନ୍ତି। ସେମାନେ କହିଛନ୍ତି ଯେ ଏଭଳି ଏକ ଘୋଷଣା ଏବେଠାରୁ କରିବା ଅନୁଚିତ ହେବ। ଏ ସମ୍ପର୍କରେ ଅଧିକ ତଥ୍ୟ ନଆସିବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ହେବ। କାରଣ ଭୂତାଣୁର ନୂଆ ଭାରିଆଣ୍ଟ କ୍ଷେତ୍ରରେ ଏହି ଟିକା ସୁରକ୍ଷା ପ୍ରଦାନ କରିବ କି ନାହିଁ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ସେଥିପାଇଁ ମୁହଁରେ ତୁଣ୍ଡି ବାନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଶେୟସ୍କର ଏବଂ ନିରାପଦ ରହିବ ବୋଲି ଡା.ଗୁଲେରିଆ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories