www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତର କୋଭିଡ ସ୍ଥିତି ଗଭୀର ଚିନ୍ତାଜନକ: ହୁ’ ମୁଖ୍ୟ

ଜାତିସଂଘ: ଭାରତରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ସଂକ୍ରମଣ ଜନିତ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ଦେଶର ଅନେକ ରାଜ୍ୟରେ ସଂକ୍ରମଣ, ଡାକ୍ତରଖାନାରେ ଭର୍ତ୍ତିହେବା ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ଖୁବ ଦୁଃଖଦାୟକ ହୋଇଛି ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରୋସ ଆଧାନୋମ୍‍ ଘେବ୍ରେସସ୍‍। ଏଥିସହିତ ସେ କହିଛନ୍ତି ଯେ ପ୍ରଥମ ବର୍ଷ ତୁଳନାରେ ମହାମାରୀର ଦ୍ୱିତୀୟ ବର୍ଷ ଅଧିକ ଭୟାନକ ହେବ। ଭାରତରେ ସାଂପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ହୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ଏବଂ ଏହି ଦେଶକୁ ହଜାର ହଜାର ଅମ୍ଳଜାନ ସାନ୍ଦ୍ରକ, ଭ୍ରାମ୍ୟମାଣ କ୍ଷେତ୍ରସ୍ତରୀୟ ଚିକିତ୍ସାଳୟ ପାଇଁ ତମ୍ବୁ, ତୁଣ୍ଡି ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଯାଇଛି। ଏ ଦିଗରେ ଭାରତକୁ ସହଯୋଗ କରୁଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଘେବ୍ରେସସ୍‍ କହିଛନ୍ତି, କେବଳ ଭାରତ ନୁହେଁ, ନେପାଳ, ଶ୍ରୀଲଙ୍କା, ଭିଏତନାମ, କାମ୍ବୋଡିଆ, ଥାଇଲାଣ୍ଡ ଏବଂ ଇଜିପ୍ଟ ଆଦି ରାଷ୍ଟ୍ରରେ ମଧ୍ୟ କୋଭିଡ ସଂକ୍ରମଣ ଏବଂ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସେମାନଙ୍କୁ ମଧ୍ୟ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବ। ଏପରିକି ଆଫ୍ରିକାର କିଛି ରାଷ୍ଟ୍ରରେ ମଧ୍ୟ ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏଥିସହିତ ସେ କହିଛନ୍ତି, କୋଭିଡ ଟିକାକରଣ ଏକ ମୁଖ୍ୟ ଆହ୍ୱାନ ହୋଇ ରହିଛି ଏବଂ ତାହାସହିତ ଜୀବନ ଓ ଜୀବିକା ଉଭୟ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ନୀତି ନିର୍ଦ୍ଧାରଣ ସମୟରେ ଏଥିମଧ୍ୟରୁ ଗୋଟିକୁ ବାଦ୍‍ ଦେଇ ହେବନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories