www.samajalive.in
Saturday, December 6, 2025
23.1 C
Bhubaneswar

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ନିଖୋଜ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅର୍ଥ ଜାଲିଆତି ମାମଲାରେ ଅନ୍ୟଦମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜିବାକୁ ଆଣ୍ଟିଗୁଆ ପୁଲିସ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ ଯେ ପିଏନବି ଦୁର୍ନୀତିରେ ଚୋକ୍ସିଙ୍କୁ ଭାରତର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗିରଫ କରିବାକୁ ଖୋଜିବା ପରେ ସେ ଆଣ୍ଟିଗୁଆ ଚାଲିଯାଇ ସେଠାରେ ଜଣେ ନାଗରିକ ଭାବରେ ଆଶ୍ରୟ ଲୋଡିଥିଲେ। ସୋମବାର ଦିନ ସେ ଆଣ୍ଟିଗୁଆସ୍ଥିତ ନିଜ ଘରୁ ବାହାରି ଉକ୍ତ ଦ୍ୱୀପ ଦେଶର ଦକ୍ଷିଣ ଭାଗରେ ଥିବା ଏକ ପ୍ରସିଦ୍ଧ ଭୋଜନାଳୟକୁ ଖାଇବାକୁ ଯାଇଥିଲେ। କିନ୍ତୁ ତାହା ପରଠାରୁ ତାଙ୍କ ସମ୍ପର୍କରେ କିଛି ଖବର ମିଳିନଥିବା ତାଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି।
ଏହି ହୀରା ବ୍ୟବସାୟୀଙ୍କ ଗାଡି ସଂଧ୍ୟାରେ ଆଣ୍ଟିଗୁଆର ଜଲି ହାର୍ବର ନିକଟରେ ରଖାଯାଇଥିବା ସ୍ଥାନୀୟ ପୁଲିସ ଦେଖିଥିଲା। କିନ୍ତୁ ଚୋକ୍ସିଙ୍କର କିଛି ସନ୍ଧାନ ମିଳିପାରିନାହିଁ। ତାଙ୍କ ପରିବାର ଏହି ଘଟଣାରେ ବିଚଳିତ ହୋଇପଡିବା ସହିତ ଓକିଲ ଶ୍ରୀ ଅଗ୍ରୱାଲଙ୍କ ସହାୟତା ଲୋଡିଥିବା ନିଜେ ଶ୍ରୀ ଅଗ୍ରୱାଲ କହିଛନ୍ତି। ଜଣେ ହୀରା ବ୍ୟବସାୟୀ ଭାବରେ ପରିଚିତ ୬୧ ବର୍ଷ ବୟସ୍କ ମେହୁଲ ଚୋକ୍ସି ନିଜର ଗହଣା ପ୍ରତିଷ୍ଠାନ ଗୀତାଞ୍ଜଳି ଗ୍ରୁପ୍‍ ସ୍ଥାପନ କରିଥିଲେ। ତେବେ ୧୩,୫୭୮ କୋଟି ଟଙ୍କାର ପିଏନବି ଦୁର୍ନୀତିରେ ମେହୁଲ ପ୍ରାୟ ୭୦୮୦ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆସିବାର ମାସକ ପୂର୍ବରୁ ସେ ୨୦୧୮ ଜାନୁଆରୀ ୪ ତାରିଖରେ ଆଣ୍ଟିଗୁଆ ଚାଲିଯାଇଥିଲେ। ଗତବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କ ବିରୁଦ୍ଧରେ ଦାଖଲ କରାଯାଇଥିବା ଅଭିଯୋଗ ଫର୍ଦ୍ଦରେ କୁହାଯାଇଛି ଯେ ମେହୁଲ ଚୋକ୍ସି କେବଳ ଭାରତୀୟ ବ୍ୟାଙ୍କ ନୁହେଁ, ତାହାସହିତ ଗ୍ରାହକ, ଦୁବାଇ ଓ ଆମେରିକାର ଅର୍ଥଲଗାଣକାରୀ ସଂସ୍ଥାଗୁଡିକୁ ମଧ୍ୟ ଠକିଛନ୍ତି। ଇତିମଧ୍ୟରେ ତାଙ୍କର ପ୍ରାୟ ୨୫୦୦ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତ କରାଯାଇସାରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories