www.samajalive.in
Friday, December 12, 2025
16.1 C
Bhubaneswar

ଗ୍ରାହକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶୃତିବଦ୍ଧ, ୩ ମାସ ଭିତରେ ଅଭିଯୋଗର ସମାଧାନ ହେବ

ଭୁବନେଶ୍ୱର: ଆଜି ଜାତୀୟ ଉପଭୋକ୍ତା ଦିବସ ଅବସରରେ ରାଜ୍ୟ ସରକାରଙ୍କର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ ଉତ୍ସବ, ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଏସ୍‌ଆଇସିଏ) ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଉତ୍ସବରେ  ଜଷ୍ଟିସ ଡିପି ଚୌଧୁରୀ, ପୂର୍ବତନ ସଭାପତି, ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ନିର୍ଦ୍ଦେଶକ, ଖାଉଟି କଲ୍ୟାଣ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ବେଜୋନ କୁମାର ମିଶ୍ର, ଖାଉଟି ପରାମର୍ଶଦାତା, ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଦିବସର ଅନୁଚିନ୍ତା ‘ଇ- ବାଣିଜ୍ୟ ଓ ଡିଜିଟାଲ ବ୍ୟବସାୟ ଯୁଗରେ ଖାଉଟି ସୁରକ୍ଷା’ ବାବଦରେ ସବିଶେଷ ଆଲୋକପାତ କରିବା ସହ ଉପଭୋକ୍ତା ଆନ୍ଦୋଳନକୁ ସୁଦୃଢ କରିବା ନିମନ୍ତେ ରାଜ୍ୟ ଓ ଜିଲ୍ଲା ଉପଭୋକ୍ତା ଆୟୋଗମାନଙ୍କର ଉନ୍ନତି ପାଇଁ ସରକାର ଗ୍ରହଣ କରୁଥିବା ବିହିତ ପଦକ୍ଷେପ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଗ୍ରାହକ ସଚେତନତା ନିମନ୍ତେ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାହକଙ୍କ କ୍ରୟବିକ୍ରୟ ସମୟରେ ଉପୁଜୁଥିବା ସମସ୍ୟାର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାର ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଏସ୍‌ଆଇସିଏ) ପ୍ରତିଷ୍ଠା କରିଛନ୍ତି ।

- Advertisement -

ମୁଖ୍ୟ ଅତିଥି  ଡିପି ଚୌଧୁରୀ ଜାତୀୟ ଉପଭୋକ୍ତା ଦିବସ ପାଳନର ଆଭିମୁଖ୍ୟ ତଥା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କଲ୍ୟାଣମୂଳକ ଯୋଜନା ବାବଦରେ ସୂଚନା ପ୍ରଦାନ ସହ ଉପସ୍ଥିତ ଉପଭୋକ୍ତାଗଣଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ଯେପରି ରାଜ୍ୟରେ କେହି ଜଣେ ବି ଗ୍ରାହକଙ୍କ ଅଭିଯୋଗ ସମାଧାନ ନ ହୋଇ ନ ରହୁ । ରାଜ୍ୟରେ କାର୍ଯ୍ୟ କରୁଥିବା ୩୨ଟି ଜିଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ, ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଯେଉଁ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି, ଉପଭୋକ୍ତା ସେସବୁ ସୁବିଧାର ଲାଭ ଉଠେଇବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

ବିଭାଗରେ ଇଂଟର୍ଣ୍ଣସିପ ଭାବେ କାର୍ଯ୍ୟ କରିଥିବା ଇଂଟର୍ଣ୍ଣମାନଙ୍କୁ ପାଞ୍ଚହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ବିଭାଗୀୟ ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶଦାତା ଗୁଣନିଧି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ମଧୁସ୍ମିତା ଦାଶ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଶେଷରେ ବିଭାଗ ଦ୍ୱାରା ଆୟୋଜିତ ଖାଉଟି ସଚେତନତା ଉପଯୋଗୀ ଏକ ନାଟକ ‘ଜାଣିଲେ ଜିଣିବା’ ପରିବେଷିତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories