www.samajalive.in
Thursday, December 11, 2025
15.1 C
Bhubaneswar

କନ୍ଧମାଳ: ବଡ଼ଦିନ ପାଇଁ ବଡ଼ ବ୍ୟବସ୍ଥା, ସମଗ୍ର ଜିଲା ଉତ୍ସବ ମୁଖର

ଫୁଲବାଣୀ: ରାତି ପାହିଲେ ବଡ଼ଦିନ। ଏହି ଦିନ ପାଇଁ କନ୍ଧମାଳ ଜିଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ କରାଯାଇଛି ବଡ଼ ବ୍ୟବସ୍ଥା। ସମଗ୍ର ଜିଲାରେ ଯେଭଳି ଭାବେ ଶାନ୍ତି ଶୃଙ୍ଖଳାର ସହିତ ବଡ଼ଦିନ ପାଳନ ହୋଇ ପାରିବ ସେଥି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି।
ବଡ଼ଦିନ ପାଇଁ ସମଗ୍ର ଜିଲା ଉତ୍ସବ ମୁଖର ହୋଇ ପଡ଼ିଛି। ଚଳିତ ବର୍ଷ ଖ୍ରିଷ୍ଟିୟ ସଂପ୍ରଦାୟର ଭାଇ ଭଉଣୀ ମାନେ ବେସ୍ ଜାକଜକମରେ ପାଳନ ପାଇଁ ହୋଇଛନ୍ତି ସଜବାଜ। ଅନ୍ୟପକ୍ଷରେ ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ପୁଲିସ୍ ବଳୟ ମଧ୍ୟରେ ରହିଛି ସମଗ୍ର କନ୍ଧମାଳ ଜିଲା। ବଡଦିନ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଜିଲାରେ କଡାକଡି କରାଯାଇଥିବା ବିଶେଷ କରି ବିଗତ ଦିନରେ ହୋଇଥିବା ଅଘଟଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଥିବା ପୁଲିସ ଫୋର୍ସ ସମେତ ବାହାରୁ ଅଧିକା ପ୍ଲାଟୁନ ଫୋର୍ସ ମଗାଯାଇ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ମୁତୟନ କରାଯାଇଛି। ସମଗ୍ର ଜିଲାରେ ୧୪ ପ୍ଳାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ଜିଲାର ପ୍ରମୁଖ ଚର୍ଚ୍ଚ ମାନଙ୍କ ସମ୍ମୁଖରେ ମଧ୍ୟ ପୁଲିସ୍ ସ୍ଥାନିତ କରଯାଇଛି। ଏଥି ସହ ଜିିଲ୍ଲାରେ ଥିବା ସମସ୍ତ ପୁଲିସ ଅଧିକାରୀଙ୍କ ସମେତ ବାହାରୁ ଅଧିକା ପୁଲିସ ଅଧିକାରୀ ସାମିଲ୍ ହୋଇଛନ୍ତି ସୁରକ୍ଷା ଦାୟିତ୍ୱରେ। ସେମାନଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱ ଦିଆଯାଇଛି।

ବିଭିନ୍ନ ଗୀର୍ଜା ନିକଟରେ ଫୋର୍ସ ମୁତୟନ ହୋଇଥିବା ସହ ମାଓ ଗତିବିଧି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। ଯାନବାହାନ ଯାଂଚକୁ କରାଯାଇଛି। ସମଗ୍ର ଜିଲାକୁ ଏକ ପ୍ରକାର ନାକାବନ୍ଦି କରାଯାଇ ଜିଲାର ୧୦ଟି ସ୍ଥାନରେ ନାକାବନ୍ଧି କରାଯାଇ କଡ଼ାକଡ଼ି କରାଯାଇଛି। ୨୪ ଘଂଟିଆ ପୁଲିସ ପାଟ୍ରୋଲିଂ କରାଯାଉଛି। ତେଣୁ କୌଣସି ପ୍ରକାର ସନ୍ଦେହ ନରଖି ଜିଲ୍ଲାବାସୀ ଆନ୍ଦ ଉଲ୍ଲାସର ସହ ବଡଦିନ ଉତ୍ସବ ପାଳନ କରୁଛନ୍ତି। ଜିଲାରେ ବିଭିନ୍ନ ଥାନା ଅଞ୍ଚଳରେ ୧୦ରୁ ଉର୍ଦ୍ଧ ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ନିୟୋଜନ ହୋଇଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ୧୮ଜଣ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ ନିୟୋଜନ କଟାଯାଇଛି । ଜିଲାରେ ବହୁ ଅତିରିକ୍ତ ଆରକ୍ଷି ଅଧିକାରୀ , ଡିଏସପି, ଓ ବରିଷ୍ଟ ଅଧିକାରୀ ମାନଙ୍କୁ ବିିଭିନ୍ନ ଥାନା ଅଞ୍ଚଳର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯିବା ସହିତ ସମସ୍ତ ଥାନା ଅଂଚଳରେ ପୋଲିସ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଥିବା କହିଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର । ଜିଲାରେ ଶାନ୍ତି ଶୃଖଂଳା ର ସହ ବଡଦିନ ପାଲନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ୨୦୦୮ ମସିହା ଡିସେମ୍ବର ୨୫ରେ ମୃତ୍ୟୁ ବରଣ କରିଥିବା ଆଦୀବାସୀ ମାନଙ୍କ ନେତା ଖଗେଶ୍ୱର ମଲିକ ଙ୍କ ସହିଦ ଦିବସ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବାରଖମାରେରେ ପାଳନ ପାଇଁ କୁଇ ସମାଜ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

- Advertisement -

କନ୍ଧମାଳଜିଲାର ବାଲିଗୁଡା, ବାରଖମା, ଜି.ଉଦୟଗିରି, ,ଦାରିଙ୍ଗବାଡ଼ି , ଟିକାବାଲି , ରାଇକିଆ, କୋଟଗଡ଼ , ତୁମୁଡ଼ିବନ୍ଧ ଭଳି ବିଭିନ୍ନ ି ଅଂଚଳରେ ମଧ୍ୟ ପାଳିତ ହେଉଛି ଖ୍ରୀଷ୍ଟମାସ । ଏହି ଅବସରରେ ସମସ୍ତ ଖ୍ରୀଷ୍ଟଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ହେଖିବାକୁ ମିଳିଛି । ରବିବାର ମଧ୍ୟରାତ୍ରରେ ବିଭିନ୍ନ ଚର୍ଚ୍ଚ ମାନଙ୍କରେ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ଏହି ଅବସରରେ ମେରି ଖ୍ରୀଷ୍ଟମାସ୍ କହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଖ୍ରିଷ୍ଟ ବିଶ୍ୱାସୀ ମାନେ। ବିଭିନ୍ନ ଉପହାର ଖଞ୍ଜା ଯାଇଥିବା ଖ୍ରୀଷ୍ଟମାସ୍ ଟ୍ରି କୁ ଲାଇଟ ମାଧ୍ୟମରେ ସଜା ଯାଇଛି । ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କ ଭିଡ ଜମୁଛି । ଲୋକ ମାନେ କ୍ୟାଣ୍ଡଲ ଓ ଫୁଲ ଦେଇ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

୨୪ତାରିଖ ମଧ୍ୟ ରାତ୍ର୍ରରୁ କନ୍ଧମାଳ ଜିଲାରେ ଛୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଗୀର୍ଜା ମାନଙ୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳ ୫ ଡ଼ିଗ୍ରି ଶୀତକୁ ମଧ୍ୟ ଖାତିରି ନକରି ଖ୍ରୀଷ୍ଟିୟ ଭାଇ ଭଉଣୀ ମାନେ ସମସ୍ତେ ନିଜ ନିଜ ଅଞ୍ଚଳରେ ଥିବା ଗୀର୍ଜା ମାନଙ୍କରେ ପହଁଚିଛନ୍ତିା ଗତ ୨ ଦିନ ହେଲା ଜିଲାର ବହୁ ଗୀର୍ଜା ଗୁଡ଼ିକ ବେସ୍ ରଙ୍ଗବେରଙ୍ଗ ଆଲୋକରେ ମଧ୍ୟ ଆଲୋକିତ କରାଯାଇଛି। କନ୍ଧମାଳ ଜିଲାର ୧୨ ଟି ବ୍ଳକ ଅନ୍ତର୍ଗତ ୧୭୧ ଟି ପଞ୍ଚାୟତର ବିିଭିନ୍ନ ଅଞ୍ଚଳରେ ଥିବା ଗୀର୍ଜା,ପ୍ରାର୍ଥନା ଗୃହ, ହାଉସ ଚର୍ଚ୍ଚ, ଷ୍ଟ୍ରିଟ୍ ଚର୍ଚ୍ଚ, ସହଭାଗିତା ଚର୍ଚ୍ଚା ଭଳି ୧୦୦୦ ରୁଉର୍ଦ୍ଧ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲାରେ ଥିବା ବ୍ୟାପିଟିଷ୍ଟ , ରୋମାନ୍ କ୍ୟାଥଲିକ୍, ପ୍ରେଟେଷ୍ଟାଣ୍ଡ, ପେଣ୍ଟିକଷ୍ଟାଲ୍ ,ସେଭେନଥ୍ ଡ଼େ ଆଡ଼ଭାନଟିଷ୍ଟ ଓ ଲୁଥରାମ ଆଦି ନିଜନିଜ ଗୀର୍ଜାରେ ୨୪ ତାରିଖ ମଧ୍ୟ ରାତ୍ରରେଏକଜୁଟ୍ ହୋଇ ବାକ୍ୟଦାନ କାର୍ଯ୍ୟକ୍ରମ ସହିତ ପବିତ୍ର ସହଭାଗିତା , ମଧ୍ୟରାତ୍ର ପ୍ରାର୍ଥନା ସଭା , ଶାନ୍ତାକ୍ଳଜ ଉତ୍ସବ ,ରାତ୍ର ଉଜାଗର ,ବନ୍ଧୁ ମିଳନ ସହିତ ଧାର୍ମିକ ଆଲୋଚନା , ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories