www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ମିଳିବ ଜଳଖିଆ

ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨)ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବ। ବିଦ୍ୟାର୍ଥୀଙ୍କୁ ଦୁଇଓଳି ବିଦ୍ୟାଳୟରେ ଖାଇବାକୁ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଏନେଇ ପ୍ରସ୍ତାବ ରହିଛି। ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଅନୁମୋଦନ ମିଳିସାରିଛି। ରାଜ୍ୟର ବିଦ୍ୟାଳୟରେ କିଭଳି ଜଳଖିଆ ଦିଆଯିବ ସେ ଦିଗରେ କାମ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ କିଚେନ୍‌ ଗାର୍ଡେନ୍‌ରୁ ମିଳୁଥିବା ପରିବା ବିଦ୍ୟାର୍ଥୀଙ୍କ ଜଳିଖିଆ ପ୍ରସ୍ତୁତିରେ ସହାୟକ ହେବା ସହ ପୃଷ୍ଟି କର ଖାଦ୍ୟ ଛାତ୍ରଛାତ୍ରୀ ପାଇପାରିବେ। ଏହାକୁ ଦୃଷ୍ଟିରେ ରଖି କିଚେନ୍‌ ଗାର୍ଡେନ୍‌ ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରାଯାଉଛି।

ନିୟମିତ ବ୍ୟବଧାନରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନେଇ କିଚେନ୍‌ ଗାର୍ଡେନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି। ବିଦ୍ୟାଳୟ ଖୋଲିବା ପରେ ଏହାକୁ ଅଧିକ ତ୍ବରାନିତ କରିବାକୁ ସ୍ବତନ୍ତ୍ର ଯୋଜନା ରହିଛି। ଆସନ୍ତା ୧୬ ତାରିଖରେ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ବିଭାଗୀୟ ମନ୍ତ୍ରୀ ସମୀରରଞ୍ଜନ ଦାଶ ବିଭିନ୍ନ ବିଦ୍ୟାଳୟ ବୁଲି କାର୍ଯ୍ୟକ୍ରମର ସ୍ଥିତି ପରଖୁଥିବା ବେଳେ ବିଭାଗୀୟ ସଚିବ ଓ ମଧ୍ୟାହ୍ନଭୋଜନ ରାଜ୍ୟ ପ୍ରକଳ୍ପ ମୁଖ୍ୟ ଗଙ୍ଗାଧାର ସାହୁଙ୍କ ତତ୍ତ୍ବାବଧାନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories