ଶୁକ୍ରବାର ରାଶିଫଳ: ବାଣିଜ୍ୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଗୁରୁ-ଗୁରୁଜନଙ୍କ ପାଖରେ ବିନୟାବନତ ହେବେ। ମନ ପ୍ରସନ୍ନ ରହିବ। ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଜଠରାଗ୍ନିରେ ପୀଡ଼ିତ ବ୍ୟକ୍ତିମାନଙ୍କର ଅନ୍ନ ଓ ଜଳଦାନ କରି ଆତ୍ମତୃପ୍ତି ଲାଭ କରିବେ।
ବୃଷ- ଅତିଥି ସତ୍କାର କରିବେ। କୁଳ ପ୍ରଧାନ ହୋଇପାରନ୍ତି। ନୀତିନିଷ୍ଠ ହେବେ। ସୁଦୃଶ୍ୟ ଅବୟବ ସମ୍ପନ୍ନ ହେବେ। ଦୂରଦୃଷ୍ଟିସମ୍ପନ୍ନ ହେବେ। ମହାବାହୁଯୁକ୍ତ ହେବେ। ଆଳସ୍ୟ ପରାୟଣତାର ବିଲୋପ ଘଟିବ।
ମିଥୁନ- ଶତ୍ରୁପକ୍ଷ ଉପରେ ବିଜୟ ହାସଲ କରିବେ। ଧନବୃଦ୍ଧିର ସୂଚନା ମିଳୁଛି। ବୁଦ୍ଧିମାନ୍ ହେବେ। ସନ୍ତାନମାନଙ୍କ ସୁଖରେ ସୁଖୀ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନାଗମ ହୋଇପାରେ।
କର୍କଟ- ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ। ଧନ ଭୋଗର ସୂଚନା ମିଳୁଛି। ଐଶ୍ବର୍ୟ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ତେଜୀୟାନ ହେବେ।
ସିଂହ- ହୃଦୟବାନ୍ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପୁତ୍ର ସୁଖ ମିଳିବ। ଯଶସ୍ବୀ ଓ ବିଶ୍ବସ୍ତ ହେବେ। ସରକାରଙ୍କ ପରାମର୍ଶଦାତା ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ହେବେ। ଦେବଦ୍ବିଜ ପରାୟଣ ହୋଇପାରନ୍ତି।
କନ୍ୟା- ଆୟ ଅଶାନୁରୂପୀ ହେବ। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି।
ତୁଳା- ଧୈର୍ୟ୍ୟବାନ୍ ହେବେ। ଆପଣଙ୍କ ପତ୍ନୀ ଧର୍ମପରାୟଣା ଓ ପତିବ୍ରତା ହେବେ। ଶ୍ବଶୁର ଘରୁ ଅର୍ଥ ସହାୟତା ମିଳିପାରେ। ଚାକିରି ପାଇଁ ଚେଷ୍ଟା କରୁଥିଲେ ସେହି ଚେଷ୍ଟା ଫଳବତୀ ହେବ। ସୁଖୀ ଜୀବନ ବିତାଇବେବ।
ବିଛା- ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ପ୍ରାୟ ପ୍ରତ୍ୟେକ କାର୍ୟ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭପ୍ରଦ ହେବ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ତେଜୀୟାନ ହେବେ।
ଧନୁ- ପ୍ରିୟ ବାକ୍ୟ ଉଚ୍ଚାରଣ କରିବାରେ ଦକ୍ଷ ହେବେ। ଶସ୍ତ୍ରଧାରୀ ଶତ୍ରୁକୁ ନିରସ୍ତ୍ର କରାଇପାରନ୍ତି। ଶୁଭକର୍ମ ପାଇଁ ସମୟ ଅନୁକୂଳ ରହିଛି। ଚେଷ୍ଟା ଫଳବତୀ ହେବ। କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ମକର- ଅର୍ଜନ କରିଥିବା ପାପ ଧନକୁ ଧର୍ମ କାର୍ୟ୍ୟରେ ବିନିଯୋଗ କରିପାରନ୍ତି। ଧନବାନ୍ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେବେ। ଦୟାଳୁ ଓ ମଧୁରଭାଷୀ ହେବେ। ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ।
କୁମ୍ଭ- ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ଓ ସଦା ସମୃଦ୍ଧ ରହିବେ। ଗୁରୁଭକ୍ତ ହେବେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ।
ମୀନ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସୁଷମ ଖାଦ୍ୟ ଓ ମୃଦୁପାନୀୟରେ ଆପ୍ୟାୟିତ ହେବେ।
Comments are closed.