www.samajalive.in
Monday, November 17, 2025
17.1 C
Bhubaneswar

ଶୁକ୍ରବାର ରାଶିଫଳ: ଧନ ପ୍ରାପ୍ତ ଓ ସୁଖୀ ହେବେ

ମେଷ: ସହନଶୀଳ ମନୋଭାବ ଯୋଗଁୁ ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ବ୍ରହ୍ମବାଦୀ ହୋଇ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିପାରନ୍ତି। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ଚଳାଇ ଋଣ ମୁକ୍ତ ହେବେ। ସୁସ୍ଥ ରହିବେ।

ବୃଷ: ଲାଭଖୋର ମନୋବୃତ୍ତିରୁ ବିରତ ହୋଇ ଜଣେ ସାଧୁ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି। ସତ୍‌ସଙ୍ଗରୁ ଆପଣଙ୍କୁ ଶାନ୍ତି ଓ ତୃପ୍ତିର ସନ୍ଧାନ ମିଳିପାରେ। ଧନାଗମର ମାତ୍ରା ବୃଦ୍ଧି ହେବ। ସୁଖୀ ରହିବେ।

- Advertisement -

ମିଥୁନ: ବୁଦ୍ଧି, ବିବେକ ଓ ପ୍ରଜ୍ଞା ଚକ୍ଷୁରେ ଅବଲୋକନ କରି ତା’ର ଅନୁଶୀଳନ କଲେ ମନ ଚକ୍ଷୁ ଖୋଲିଯିବ ଓ ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ଧନାଗମର ମାତ୍ରା ବୃଦ୍ଧି ହେବ। କୃଷକମାନଙ୍କର ଉପଦେଷ୍ଟା ହେବେ।

କର୍କଟ: କୃପା ନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଭାଷାକୁ ନମନୀୟ ଓ କମନୀୟ କରି ଲୋକପ୍ରିୟତା ଅର୍ଜନ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ହେବ।

ସିଂହ: ଦାତା ଓ ଗ୍ରହୀତା ଉଭୟ ଭୂମିକା ନିର୍ବାହ କରି ଆଦରି ନେଇଥିବା ଜଞ୍ଜାଳର ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ‘ଧରା’ ତୁଲ୍ୟ ସହନଶୀଳ ମନୋଭାବର ହୋଇପାରନ୍ତି। ଜୀବନ ଯୁଦ୍ଧରେ ପରାଜିତ ହେବେନି।

କନ୍ୟା: ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। ଆୟ ଅତ୍ୟଧିକ ନ ହେଲେ ବି ଊଣା ହେବନାହିଁ। ଧୈର୍ଯ୍ୟ ବଳରେ ସଫଳତା ମିଳିବ। ଦିବ୍ୟ ପ୍ରେରଣା ଆପଣଙ୍କୁ ଅଗ୍ରଗାମୀ କରିପାରେ।

ତୁଳା: ନିଜେ ନିଜ କାର୍ଯ୍ୟର ସମୀକ୍ଷା କରି ଗର୍ବ ବା ଅହଂକାରକୁ ବିସର୍ଜନ କିମ୍ବା ସମର୍ପି ଦେଇପାରନ୍ତି। ଭାଷା ମଧୁମୟ ହୋଇପାରେ। ପରକୁ ଆପଣାର କରିବାର ଜ୍ଞାନ ଆପଣଙ୍କଠାରେ ରହିଛି। ଖର୍ଚ୍ଚାନ୍ତ ଯୋଗ ଅଛି।

ବିଛା: ସଂସ୍କୃତି କହିଲେ କେବଳ କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ବା କାରିଗରୀ ନୁହେଁ; ସଂସ୍କୃତି ହେଉଛି ଉତ୍ତମ ବ୍ୟବହାର, ରୀତିନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନ ଯାହା ଆପଣଙ୍କଠାରେ ଅଛି।

ଧନୁ: ଉପନିଷଦରେ ଅଛି ‘ମାତୃଦେବୋଭବ’ ପରିବର୍ତ୍ତେ ଆପଣ ଦରିଦ୍ରଦେବୋଭବ ଭାବ ପ୍ରତି ଧ୍ୟାନ ଦେଇପାରନ୍ତି। ଈଶ୍ବର ଆପଣଙ୍କ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଚଲାପଥକୁ କୁସୁମିତ କରିପାରନ୍ତି।

ମକର: ଯେହେତୁ ଆପଣ କ୍ଷମତା ଲିପ୍‌ସୁ ନୁହନ୍ତି ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହୋଇପାରନ୍ତି। ଶକ୍ତିର ଜୀବନ୍ତ ପ୍ରତିମୂର୍ତ୍ତି ନାରୀକୁ ଯଥାର୍ଥ ମର୍ଯାଦା ଦେଇ ସମାଜକୁ ଜୀବନ୍ତ କରିପାରନ୍ତି।

କୁମ୍ଭ: ଅନ୍ନଦାନଠାରୁ ଜ୍ଞାନଦାନ ଅଧିକ ଉପାଦେୟ। କର୍ମଫଳ ବିଧାନ ହେଉଛି ଜୀବନର ସମ୍ବିଧାନ ଓ ବିଧି ବ୍ୟବସ୍ଥା। ଯାହା ଆପଣ ଅଙ୍ଗେ ଲିଭାଉଛନ୍ତି। ସତ୍ୟପ୍ରଜ୍ଞ ହୋଇଥିବାରୁ ଆପଣଙ୍କ କ୍ରୋଧ ପାଣିର ଗାର ହୋଇପାରେ।

ମୀନ: ସମର୍ପିତ ଜୀବନ ଯାପନ କରିପାରନ୍ତି। ସଂସାରଟା ଅମୃତମୟ। ସାଧନରୁ ନୁହେଁ ସାଧନାରୁ ମିଳିବ ଶାଶ୍ବତ ସୁଖ, ପ୍ରେରଣା। ‘ସୌଦାହାସ୍ୟ ଦମୟନ୍ତୀ’ ଭାବ ନେଇ ଉଭୟ ଦମ୍ପତି ସଂସାରୀ ହୋଇପାରନ୍ତି।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories