www.samajalive.in
Thursday, December 11, 2025
26.1 C
Bhubaneswar

ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡ଼ମିଣ୍ଟନ-୨୦୧୮ : କିଛି ଜଣା ଓ କିଛି ଅଜଣା କଥା

ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଏକ ମାଧ୍ୟମ ଯାହାଦ୍ୱାରା ବହୁ ଲୁକ୍କାୟିତ ବ୍ୟକ୍ତିତ୍ୱଙ୍କ ପ୍ରତିଭା ଲୋକଲୋଚନକୁ ଆସିପାରିଛି। ତେବେ ଚାଲନ୍ତୁ ଜାଣିବା ଏହି ପ୍ରତିଯୋଗିତା ବିଷୟରେ କିଛି କଥା –

ପ୍ରତିଯୋଗିତାର ସ୍ଥାନ :

୨୦୦୬ ମସିହା ପୂର୍ବରୁ ଏହି ପ୍ରତିଯୋଗିତା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଧାରିତ ସ୍ଥାନ ନଥିଲା। ଏହା ବିଭିନ୍ନ ସ୍ଥାନରେ ଆୟୋଜିତ କରାଯାଉଥିଲା। ହେଲେ ଏହାକୁ ସୁପର୍‍ ୭୫୦ ଟୁର୍ଣ୍ଣାମେଣ୍ଟ୍‍ ମଧ୍ୟରେ ସାମିଲ କରାଯିବା ପରେ ଏହା ପ୍ୟାରିସର ଷ୍ଟେଡ୍‍ ପିଅରେ ଦେ କୋବରଟିନ୍‍ ଠାରେ ଅନୁଷ୍ଠିତ ହେଉଛି। ପ୍ୟାରିସର ଏହି ସ୍ଥାନର ଭିତରର କାର୍ଯ୍ୟକ୍ଷେତ୍ର ୧୯୩୭ ମସିହାରେ ନିର୍ମାଣ ହୋଇଥିଲା ଓ ଏହାକୁ ଆଧୁନୀକିିକରଣ କରାଇବା ପାଇଁ ବହୁବାର ନବୀକରଣ ମଧ୍ୟ କରାଯାଇଛି। ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ସମର୍‍ ଅଲିମ୍ପିକ୍‍ ପାଇଁ ମଧ୍ୟ ଏହି ସ୍ଥାନକୁ ଚୟନ କରାଯାଇଥିବା ଶୁଣିବାକୁ ମିଳିଛି।

ପୁରସ୍କାର ରାଶି :

୨୦୧୮ ବର୍ଷ ପାଇଁ ଫ୍ରେଞ୍ଚ୍‍ ଓପନ୍‍ ର ସମୁଦାୟ ପୁରସ୍କାର ରାଶି ରଖାଯାଇଛି ୭୫୦,୦୦୦ଡଲାର। ବିଡବ୍ଲ୍ୟୁଏଫ୍‍ ସର୍ତ୍ତ ଅନୁସାରେ ଏହି ରାଶି ବିଭିନ୍ନ ବର୍ଗରେ ବଣ୍ଟନ ହେବ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories