www.samajalive.in
Wednesday, December 10, 2025
18.1 C
Bhubaneswar

୧୦ ବର୍ଷରେ ଜର୍ମାନୀ ଏବଂ ଜାପାନକୁ ପଛରେ ପକାଇ ତୃତୀୟ ବୃହତ୍ତ ଅର୍ଥବ୍ୟବସ୍ଥା ହେବ ଭାରତ

ନୂଆଦିଲ୍ଲୀ : ଭାରତ ଆସନ୍ତା ୧୦ ବର୍ଷ ଅର୍ଥାତ ଏକ ଦଶନ୍ଧି ମଧ୍ୟରେ ଜର୍ମାନୀ ଏବଂ ଜାପାନ ଭଳି ବଡ଼ ଅର୍ଥ ବ୍ୟବସ୍ଥାକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବ। ସେପଟେ ଆମେରିକାକୁ ପଛରେ ପକାଇ ଚୀନ ବିଶ୍ୱର ପ୍ରଥମ ସର୍ବବୃହତ୍ତ ଅର୍ଥ ବ୍ୟବସ୍ଥାର ସ୍ଥାନକୁ ଆସିଯିବ। ଏଚ୍‍ଏସ୍‍ବିସି ଗ୍ଲୋବାଲ ରିସର୍ଚ୍ଚ ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ବୃହତ୍ତ ଅର୍ଥ ବ୍ୟବସ୍ଥା ମାମଲାରେ ୨୦୩୦ ସୁଦ୍ଧା ଜର୍ମାନୀ ଏବଂ ଜାପାନକୁ ପଛରେ ପକାଇ ଭାରତ ଆଗକୁ ଚାଲିଯିବ। ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥାର ସ୍ଥାନରେ ଅଛି। ଏକ ଦଶକ ମଧ୍ୟରେ ଚୀନ ଆର୍ଥିକ ପ୍ରଭୁତ୍ୱରେ ଅଧିକ ବୃଦ୍ଧି ଘଟିବ। ଫଳରେ ମାତ୍ର ୧୦ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଚୀନ ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାର ପ୍ରଥମ ସ୍ଥାନ ଅକ୍ତିଆର କରିବ। ଏହି ସମୟ ସୀମା ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକର ସବୁଠୁ ଅଧିକ କ୍ଷତି ଘଟିବ। ବିଶେଷ କରି ଡେନମାର୍କ ଏବଂ ନରୱେ ଆର୍ଥିକ ସ୍ଥିତିରେ ଅବନତି ପରିଲକ୍ଷିତ ହେବ। ଏଥିଯୋଗୁଁ ଡେନମାର୍କ ଅର୍ଥବ୍ୟବସ୍ଥା ନବମ ଏବଂ ନରୱେ ଅର୍ଥ ବ୍ୟବସ୍ଥା ଦଶମ ସ୍ଥାନକୁ ଖସି ଆସିବ। ଆର୍ଥିକ ବିକାଶ କ୍ଷେତ୍ରରେ ଏସିଆ ଦେଶଗୁଡ଼ିକ ଭଲ ପ୍ରଦର୍ଶନ କରିବେ। ବାଂଲାଦେଶ, ଫିଲିପାଇନ୍ସ ଭଳି ଦେଶର ସର୍ବାଧିକ ଆର୍ଥିକ ବିକାଶ ଘଟିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଦୁଇ ଦେଶ କେତେକ ବିକଶିତ ଦେଶର ଅର୍ଥବ୍ୟବସ୍ଥାକୁ ପଛରେ ପକାଇ ନୂଆ ସ୍ଥାନ ଅକ୍ତିଆର କରିବେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories