www.samajalive.in
Monday, December 8, 2025
27.1 C
Bhubaneswar

୭ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ

ତୁଷୁରା : ବଲାଙ୍ଗିର ଜିଲା ତୁଷରା ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରିବା ସମୟରେ ୭ଜଣ ଯୁବକଙ୍କୁ ଗିରଫ କରିଛି। ଦେଓଗାଁ ହାଇସ୍କୁଲ ପଡିଆରେ ଏହି ଆନ୍ତଃରାଜ୍ୟ ଡକାୟତମାନେ କିଛି ଯୋଜନା କରିବାର ପୁଲିସକୁ ଖବର ମିଳିଥିଲା। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହି ଯୁବକ ମାନଙ୍କ ନିକଟରୁ ପୁଲିସ ଏକ ଦେଶୀ ପିସ୍ତଲ ଓ ଜୀବନ୍ତ ଗୁଳି, ଚାରୋଗୋଟି ମୋଟର ସାଇକେଲ, ତିନୋଟି ଟର୍ଚ୍ଚଲାଇଟ୍‍ ଓ ଏକ ଭୁଜାଲି ଜବତ କରାଯାଇଛି। ଏହି ଯୁବକମାନେ ମୁରିବାହାଲ, ଟିଟଲାଗଡ, ବେଲପାହାଡ, କଣ୍ଟାବାଞ୍ଜି, ତୁଷୁରା ଆଦି ଅଞ୍ଚଳର ବୋଲି ଜଣାପଡିଛି। ସମସ୍ତ ଅଭିଯୁକ୍ତ ମାନେ ଆନ୍ଦ୍ରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଡକାୟତ କରିଥିବା ପୁଲିସ କହିଛି। ସମସ୍ତ ଅଭିଯୁକ୍ତକୁ ପୁଲିସ କୋର୍ଟଚାଲାଣ କରିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories