ଜେଏସଡବ୍ଲ୍ୟୁ ପକ୍ଷରୁ ନୂଆଗାଁରେ ମେଗା ସ୍ବାସ୍ଥ୍ୟ ଶିବିର; ୪୬୩ ରୋଗୀଙ୍କୁ ମିଳିଲା ସ୍ୱାସ୍ଥ୍ୟସେବା
ପାରାଦୀପ: ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପକ୍ଷରୁ ନୂଆଗାଁଠାରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁମ୍ବାଇର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ କ୍ୟାନ୍ସର ଏଡ୍ ଫାଉଣ୍ଡେସନ ଆନୁକୂଲ୍ୟରେ ଏହି ଶିବିର ଆୟୋଜନ ହୋଇଥିଲା। ଏହି ଦିନିକିଆ ସ୍ବାସ୍ଥ୍ୟ ଶିବିରରେ ମୁଖ୍ୟତଃ କର୍କଟ ରୋଗ ନିରୂପଣ ପରୀକ୍ଷା କରାଯାଇଥିଲା ବେଳେ ଏଥି ସହିତ ମଧୁମେହ, ରକ୍ତଚାପ, ଏସପିଓ ୨, ପଲସ୍, ତାପମାତ୍ରା ଭଳି ବିଭିନ୍ନ ରୋଗର ପରୀକ୍ଷା ମଧ୍ୟ କରାଯାଇଥିଲା। ମୁମ୍ବାଇର ପ୍ରସିଦ୍ଧ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲର ଅଭିଜ୍ଞ ଡଃ ଶିଶିର ସେଟ୍ଟୀ ରୋଗ ନିରୁପଣ କରିବା ସହିତ ରୋଗର ପରବର୍ତ୍ତୀ ଚିକିତ୍ସା ତଥା ଅସ୍ତ୍ରୋପଚାର ନେଇ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ଏହି ମାଗଣା ମେଗା ସ୍ବାସ୍ଥ୍ୟ ଶିବିରରେ ଜଗନ୍ନାଥ ଏଡ୍ ଫାଉଣ୍ଡେସନ ପକ୍ଷରୁ ଭେଷଜ ବିଭାଗର ବିଶେଷଜ୍ଞ ଡଃ ସମ୍ବିତ ସୁବୁଦ୍ଧି, ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡକ୍ଟର କୁଶଳ ବର୍ମା, ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଡା. ସ୍ମୃତିରକ୍ଷା ବାଟୱାନି, ଡା. ଆୟୁଷ ଅଗ୍ରୱାଲ, ଡା. କୁମାର ଆୟୁଷ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷଜ୍ଞ ମାନେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଶିବିରରେ ବିଶେଷ କରି ନୂଆଗାଁ ଓ ଗଡ଼କୁଜଙ୍ଗ ସହିତ ଆଖପାଖ ଅଞ୍ଚଳର ଲୋକମାନେ ଯୋଗ ଦେଇଥିଲେ। ଏହି ମେଗା ସ୍ବାସ୍ଥ୍ୟ ଶିବିରରେ ୪୬୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।
ଜେଏସଡବ୍ଲ୍ୟୁ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ଜୀବନଜୀବିକା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରା ଯାଉଛି। ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ସୁଚିତ୍ରା ମନ୍ତ୍ରୀଙ୍କ ତତ୍ଵାବଧାନରେ ସ୍ଥାନୀୟ ଯୁବ ଗୋଷ୍ଠୀ ପ୍ରତ୍ୟକ୍ଷ ଭାବେ ଏହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ। ଜେଏସଡବ୍ଲ୍ୟୁର ସ୍ଥାନୀୟ କାର୍ଯ୍ୟାଳୟର ଭିଏଲସିମାନେ ସ୍ବେଚ୍ଛାସେବୀ ଭାବେ ମଧ୍ୟ ଶିବିରକୁ ପରିଚାଳନା କରିଥିଲେ। ସ୍ଥାନୀୟ କମ୍ପାନୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବାରୁ ସ୍ଥାନୀୟ ଅଂଚଳର ତପନ ସାମନ୍ତରାୟ, କବିର ପ୍ରଧାନ, ନିର୍ମଳା ନାୟକ ପ୍ରମୁଖ ଖୁସିବ୍ୟକ୍ତ କରିଛନ୍ତି।
Comments are closed.