www.samajalive.in
Saturday, December 6, 2025
23.1 C
Bhubaneswar

ଥାନା ଅଧିକାରୀଙ୍କ ନାଁ କହି ବ୍ୟବସାୟୀଙ୍କୁ ଚୁନ ଲଗାଇଲା ଠକ, ବ୍ୟବସାୟୀ ଟଙ୍କା ମାଗିବା ପରେ ଫିଟିଲା ଗୁମର

ଗଞ୍ଜାମ: ପୁଲିସ ନାଁ କହି ଗଞ୍ଜାମ ଜିଲାର ଜଣେ ବ୍ୟବସାୟୀଙ୍କୁ ଚୁନ ଲଗାଇଲା ଠକ। ଗଞ୍ଜାମ ଥାନା ଅଧିକାରୀଙ୍କ ନାଁ କହି ଜଣେ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ଼ ଠକେଇ ଘଟଣା ଏବେ ପଦାକୁ ଆସିଛି। ବ୍ୟବସାୟୀ ଗଞ୍ଜାମ ଥାନା ଅଧିକାରୀଙ୍କୁ ଟଙ୍କା ମାଗିବା ପରେ ଖୋଲିଛି ଠକେଇର ଗୁମରକଥା। ଫଳରେ ସଙ୍ଗେ ସଙ୍ଗେ ପୁଲିସ ଉକ୍ତ ଫୋନ ନମ୍ବରକୁ ଟ୍ରାକ କରିଥିଲେ। ଯାହାଫଳରେ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଠକେଇ କରିଥିବା ବ୍ୟକ୍ତି ଜଣକ ପୁରି ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ର ବୋଲି ଜାଣିପାରିଥିଲେ। ପରେ ଥାନା ଅଧିକାରୀ ସାହୁ ଓ ଏସଆଇ ଅଜିତ କୁମାର ପରିଡା ଉକ୍ତ ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖି ପଚରାଉଚରା କରିଥିଲେ।

ସୂଚନା ଯୋଗ୍ୟ ଯେ, ଅଟକ ଅଭିଯୁକ୍ତ ଛତ୍ରପୁର ଅଂଚଳର ଜଣେ ବ୍ୟବସାୟୀଙ୍କୁ ଗଞ୍ଜାମ ଥାନା ଅଧିକାରୀ ଗାଡି ପଠାଇଛନ୍ତି ଲୁହା ରଡ଼ ନେବା ପାଇଁ କହି ତିନି ଲକ୍ଷରୁ ଅଧିକ ଲୁହାରଡ଼ ସେଠାରୁ ନେଇ ଯାଇଥିଲେ। ପରେ ଉକ୍ତ ଲୁହାରଡ଼ ବିକ୍ରି କରିଦେଇଥିବା ସ୍ୱୀକାର କରିଛି ଅଭିଯୁକ୍ତ। ଅଭିଯୁକ୍ତ ସ୍ୱୀକାର କରିବା ପରେ ପୁଲିସ କେସ୍‌ ନ ୧୯୮/୨୧ ରେ ମାମଲା ରୁଜୁ ହୋଇଛି। ପୁରି ଜିଲ୍ଲା ତିତିପ ଗ୍ରାମର ମନୋଜ ମାଝୀଙ୍କୁ ବୁଧବାର ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସମସ୍ତ ଲୁହାରଡ଼ ପୁଲିସ ଜବତ କରି ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀଙ୍କଠାରୁ ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories