ନୂଆଦିଲ୍ଲୀ : ଦେଶରେ କରେନା ସଂକ୍ରମଣ ଓ ତାଲାବନ୍ଦ ଯୋଗୁଁ ଗତ ଦୁଇ ମାସ ହେଲା ବିଦେଶୀ ପୁଞ୍ଜି ନିବେଶକମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାବେଳେ ଚଳିତ ମାସର ମାତ୍ର ୪ ଦିନରେ ବିଦେଶୀ ପୁଞ୍ଜି ନିବେଶକମାନେ ୮ ହଜାର କୋଟି ଟଙ୍କାର ପୁଞ୍ଜି ଭାରତୀୟ ବଜାରକୁ ଛାଡ଼ିଛନ୍ତି। ଏହି ପୁଞ୍ଜିନିବେଶକମାନେ ମୋଟ୍ ୭ ହଜାର ୯୬୮ କୋଟି ଟଙ୍କାର ଏଫ୍.ପି.ଆଇ. ଭାରତୀୟ ପୁଞ୍ଜି ବଜାରରେ ବିନିଯୋଗ କରିଥିଲାବେଳେ ଜୁନ୍ ମାସର ପ୍ରଥମ ୪ ଦିନ ମଧ୍ୟରେ ସେମାନେ ୨୨ କୋଟି ଟଙ୍କା ଋଣ ବଜାରରେ ବିନିଯୋଗ କରିଛନ୍ତି। ଗତ ମେ ମାସରେ ସେମାନେ ୨ ହଜାର ୯୫୪ କୋଟି ଟଙ୍କା ଏବଂ ଏପ୍ରିଲ୍ ମାସରେ ୯ ହଜାର ୬୫୯ କୋଟି ଟଙ୍କା ଏଫ୍.ପି.ଆଇ. ପ୍ରତ୍ୟାହାର କରି ନିଆଯାଇଥିଲା।
ଏପ୍ରିଲ୍ ପୂର୍ବରୁ ବିଦେଶୀ ପୁଞ୍ଜି ନିବେଶକମାନେ ଅକ୍ଟୋବର ୨୦୨୦ରୁ ମାର୍ଚ୍ଚ ୨୦୨୧ ଭିତରେ ୨ ଲକ୍ଷ କୋଟି ଟଙ୍କା ଅଂଶଧନ ବିନିଯୋଗ କରିଥିଲେ। ସେଥିରେ ୨୦୨୧ ବର୍ଷର ପ୍ରଥମ ୩ ମାସ ମଧ୍ୟରେ ୫୫ ହଜାର ୭୪୧ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଏବର୍ଷ ବିଦେଶୀ ପୁଞ୍ଜି ନିବେଶକମାନେ ୫୧ ହଜାର ୯୪ କୋଟି ଟଙ୍କା ମୂଳଧନ ଲଗାଇ ଥିଲାେବେଳେ ୧୭ ହଜାର ୩୦୦ କୋଟି ଟଙ୍କା ଋଣ ବଜାରରୁ ପ୍ରତ୍ୟାହୃତ କରି ନେଇଥିଲେ।



