www.samajalive.in
Friday, December 5, 2025
17.1 C
Bhubaneswar

ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ୨, କେନ୍ଦ୍ରାପଡାରୁ ୧, ଭୁବନେଶ୍ଵରରୁ ୧

ସମାଜ ପୋର୍ଟାଲ ଡେସ୍କ : ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ସୁନ୍ଦରଗଡ ଜିଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡାର ଏବଂ ଅନ୍ୟ ଜଣେ ଭୁବନେଶ୍ଵରୁ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଏହା ଜଣାପଡିଛି ଯେ ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ସୁନ୍ଦରଗଡ ଜିଲାର, ଜଣେ କେନ୍ଦ୍ରାପଡା ଜିଲାର ଏବଂ ଅନ୍ୟ ଜଣେ ଭୁବନେଶ୍ଵର ଅଟନ୍ତି।

ଏହାପୁର୍ବରୁ ସୁନ୍ଦରଗଡ ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଏହା ଜିଲାର ପ୍ରଥମ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କରୋନା ଆକ୍ରାନ୍ତ ଦ୍ୱୟ ଜିଲ୍ଲାର ବିଶ୍ରା ଅଞ୍ଚଳର ବୋଲି ଜଣାପଡିଛି । ଏହି ସୂଚନା ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣି, ଏଡିଏମ୍‌ ଓ ସିଡିଏମ୍‌ଓ ପ୍ରମୁଖ ବିଶ୍ରାରେ ପହଞ୍ଚି ଉକ୍ତ ଅଞ୍ଚଳରେ ପ୍ରତିଷେଧକ ମୂଳକ କାମ ଆରମ୍ଭ କରି ଦେଇଛନ୍ତି। ବିଶ୍ରାର ୫ଟି ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା କରୋନା ରୋଗୀମାନେ ହାଇଟେକ୍ ହସ୍ପିଟାଲରେ ଖୋଲିଥିବା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

- Advertisement -

ଅନ୍ୟପଟେ କେନ୍ଦ୍ରାପଡା ଜିଲାରେ ପୁର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂବରୁ କେନ୍ଦ୍ରାପଡା ଜିଲା ଆଳି ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତ ରହିଥିବା ବେଳେ ଦ୍ବିତୀୟ କରୋନା ଆକ୍ରାନ୍ତ ରାଜନଗର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା । ବର୍ତ୍ତମାନ ଜିଲା ପ୍ରଶାସନ ପକ୍ଷରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ ସିଲ୍ କରାଯାଇ ବିଶୋଧନ କରାଯାଉଥିବା ଜଣାପଡିଛି ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories