www.samajalive.in
Saturday, December 6, 2025
16.1 C
Bhubaneswar

ଅବସରର ଚାରିବର୍ଷ ପରେ ମିଳିଲା ପଦୋନ୍ନତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ଶେଷରେ ଭାରତୀୟ ସୈନ୍ୟବାହିନୀର ଦୁଇ ବ୍ରିଗେଡିୟରଙ୍କୁ ମିଳିଛି ପଦୋନ୍ନତି। ଅବଶ୍ୟ ସେମାନେ ଚାରିବର୍ଷ ତଳୁ ଅବସର ନେଇସାରିଛନ୍ତି। ସେମାନେ ବ୍ରିଗେଡିୟର ଭାବେ ଅବସର ନେଇଥିବାବେଳେ ଏବେ ସେମାନଙ୍କୁ ମେଜର ଜେନେରାଲ ପାହ୍ୟା ମିଳିଛି। ଜଣାଯାଇଛି ଯେ ସେମାନେ ଅବସର ନେବାର ଦୁଇବର୍ଷ ପୂର୍ବରୁ ସେମାନଙ୍କୁ ପଦୋନ୍ନତି ଦିଆଯିବା କଥା, କିନ୍ତୁ ତାହା କରାଯାଇନଥିଲା। ବ୍ରିଗେଡିୟର ପାହ୍ୟାର ଏହି ଦୁଇ ଅଧିକାରୀ ହେଉଛନ୍ତି କର୍ପସ ଅଫ ଇଣ୍ଟେଲିଜେନ୍ସର ନଳିନ ଭାଟିଆ ଏବଂ ଏଜୁକେସନ କର୍ପସର ଭି ଏନ ଚତୁର୍ବେଦୀ। ଏହି ଦୁଇଜଣ ସେମାନଙ୍କ ନିଜ ନିଜ ବ୍ୟାଚରୁ ଜଣେ ଲେଖାଏଁ ବ୍ୟକ୍ତି ଭାବରେ ମେଜର ଜେନେରାଲ ପାହ୍ୟାକୁ ପଦୋନ୍ନତି ପାଇବାକୁ ୨୦୧୫ରେ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ଷେତ୍ରରେ ସେମାନେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିଲେ ମଧ୍ୟ ସେମାନଙ୍କୁ ପଦୋନ୍ନତି ଦିଆଯାଇନଥିବା ସମ୍ପର୍କରେ ସର୍ବୋଚ୍ଚ ଅଦାଲତରେ ଯୁକ୍ତି ଦର୍ଶାଇଥିଲେ ସେମାନଙ୍କ ଓକିଲ କର୍ଣ୍ଣେଲ ଇନ୍ଦ୍ରସେନ ସିଂ (ଅବସରପ୍ରାପ୍ତ)। ଏହି ଦୁଇ ସେନା ଅଧିକାରୀ ସେମାନଙ୍କୁ ପଦୋନ୍ନତି ଦିଆନଯିବା କାରଣ ସର୍ମ୍ପକରେ ଜାଣିବାକୁ ଚାହିଥିଲେ ମଧ୍ୟ ସେମାନଙ୍କୁ ତାହାର ଉତ୍ତର ଦିଆଯାଇନଥିଲା। ସେମାନେ ସଶସ୍ତ ବାହିନୀ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା। ଶେଷରେ ସେମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଶ୍ରୟ ନେଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories