ଜାତୀୟ ପତାକା ଅର୍ଦ୍ଧନମିତ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଶୋକ
କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା ଶୋକବ୍ୟକ୍ତ କରିଛନ୍ତି । ସେହିପରି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ମଧ୍ୟ ଶୋକପ୍ରକାଶ କରିଛନ୍ତି ।
Sad to hear that former President Shri Pranab Mukherjee is no more. His demise is passing of an era. A colossus in public life, he served Mother India with the spirit of a sage. The nation mourns losing one of its worthiest sons. Condolences to his family, friends & all citizens.
— President of India (@rashtrapatibhvn) August 31, 2020
ରାଷ୍ଟ୍ରପତି ରାମନାଥ କୋବିଦ ନିଜ ଟ୍ବିଟର ଆକାଉଣ୍ଟରେ ଶୋକପ୍ରକାଶ କରିବା ସହ ପ୍ରଣବ ମୁଖାର୍ଜୀଙ୍କ ସହ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।
Sharing some memorable moments with Pranab Da pic.twitter.com/7amNOBTMhG
— President of India (@rashtrapatibhvn) August 31, 2020
ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ଦେଶ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ସେ ସାଧାରଣ ପୃଷ୍ଠଭୂମିରୁ କଠିନ ପରିଶ୍ରମ, ଅନୁଶାସନ ଓ ସମର୍ପଣ ମନୋଭାବ ପ୍ରଦର୍ଶନ କରି ଦେଶର ଶୀର୍ଷ ସାମ୍ବିଧାନିକ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ ବୋଲି ଭେଙ୍କିଆ କହିଛନ୍ତି ।
भारत के पूर्व राष्ट्रपति श्री प्रणब मुखर्जी जी का निधन का राष्ट्र के लिए बड़ी क्षति है। देश ने एक दूरदृष्टा वरिष्ठ नेता खोया है।
एक गांव से उठ कर आपने अपनी क्षमता, कठिन परिश्रम, समर्पण और अनुशासन के सहारे देश का शीर्षस्थ पद को सुशोभित किया। pic.twitter.com/9Lh6DEC4Zc
— Vice President of India (@VPSecretariat) August 31, 2020
ସେହପରି କେନ୍ଦ୍ରମନ୍ତ୍ର ପ୍ରକାଶ ଜାଭେଦକର ପୂର୍ବ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ବରିଷ୍ଠ ନେତା ଜନାର୍ଦନ ଦ୍ବିବେଦୀ କହିଛନ୍ତି ବର୍ତମାନର କଂଗ୍ରେସ ପରମ୍ପରାରେ ପ୍ରଣବ ମୁଖାର୍ଜୀ ଏକମାତ୍ର ବ୍ୟକ୍ତି ଯାହାଙ୍କ ସହ ଦଳର ଇତିହାସ, ସଂସ୍କୃତି ଓ ରାଜନୈତିକ ଅନେକାଂଶରେ ଜଡ଼ିତ ଥିଲା ।
ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ଟ୍ବିଟ୍ କରି ପ୍ରଣବଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ନେପାଳ ଜଣେ ଭଲ ବନ୍ଧୁଙ୍କୁ ହରାଇଲା ଓ ଭାରତ-ନେପାଳ ସମ୍ପର୍କ ଦୃଢ଼ କରିବାରେ ତାଙ୍କର ବହୁତ ବଡ଼ ଯୋଗଦାନ ଥିଲା ବୋଲି ଓଲି କହିଛନ୍ତି ।
ପ୍ରଣବଙ୍କ ପରଲୋକଙ୍କର ଗଭୀର ଶୋକ ପ୍ରକାଶ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ । ସେ ନିଜ ଟ୍ବିଟରରେ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଲେଖିଛନ୍ତି ।
With great sadness, the nation receives the news of the unfortunate demise of our former President Shri Pranab Mukherjee.
I join the country in paying homage to him.
My deepest condolences to the bereaved family and friends. pic.twitter.com/zyouvsmb3V
— Rahul Gandhi (@RahulGandhi) August 31, 2020
ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ପ୍ରଣବଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।
ଅନୁରୂପ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ଶୋକପ୍ରକାଶ କରି ଦେଶ ଜଣେ ଯୋଗ୍ୟ ପୁତ୍ରଙ୍କୁ ହରାଇଲା ବୋଲି କହିଛନ୍ତି ।
Pained to learn about the demise of one of the most respected politicians, former President of India and Bharat Ratna, Shri Pranab Mukherjee. A man of immense knowledge and wisdom, Pranab da left an indelible mark on Indian polity with a career spanning over five decades. pic.twitter.com/iSSm3dXrTI
— Dharmendra Pradhan (@dpradhanbjp) August 31, 2020
Comments are closed.