www.samajalive.in
Friday, December 12, 2025
15.1 C
Bhubaneswar

କରୋନା ସଂକ୍ରମଣରେ ପୂର୍ବତନ ମୋହନ ବାଗାନ ଖେଳାଳି ଇ ହାମସାକୋୟାଙ୍କ ମୃତ୍ୟୁ

ସମାଜ ପୋର୍ଟାଲ ଡେସ୍କ: ବୟୋଜ୍ୟୋଷ୍ଠ ସନ୍ତୋଷ ଟ୍ରଫି ଖେଳାଳି ଇ ହାମସାକୋୟାଙ୍କର କୋଭିଡ -୧୯ ପଜିଟିଭ୍ ପରୀକ୍ଷା କରିବା ପରେ ଶନିବାର କେରଳ ମାଲାପୁରମର ଏକ ଡାକ୍ତରଖାନାରେ ୬୧ ବର୍ଷ ବୟସରେ ମୃତ୍ୟୁ ଘଟିଛି। ମାଲାବାର ଅଞ୍ଚଳର ଜଣେ ଭେଟେରାନ୍ ଫୁଟବଲ ଖେଳାଳି ଭାବେ ହାମସାକୋୟା ମୋହନ ବାଗାନ୍ ଏବଂ ମହମ୍ମଦାନ୍ ସ୍ପୋର୍ଟିଂ କ୍ଲବରେ ଖେଳିବା ସହ ମହାରାଷ୍ଟ୍ର ପାଇଁ ସନ୍ତୋଷ ଟ୍ରଫିରେ ଖେଳିଥିଲେ।

- Advertisement -

କାଲିକଟ ବିଶ୍ୱବିଦ୍ୟାଳୟ ଫୁଟବଲ ଦଳର ପୂର୍ବତନ ଖେଳାଳି ହାମସାକୋୟା ମଧ୍ୟ ନେହେରୁ ଟ୍ରଫିରେ ଜାତୀୟ ଦଳ ପାଇଁ ଖେଳିଥିଲେ। ଗତ ମେ’ ମାସ ୨୧ରେ ସେ ତାଙ୍କ ପରିବାର ସହିତ ନିଜ ସହର ପାରାପାନଙ୍ଗଡିକୁ ଫେରି ଆସିଥିଲେ। ତାଙ୍କ ପରିବାରର ପାଞ୍ଚଜଣ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ତାଙ୍କ ପତ୍ନୀ ଏବଂ ପୁଅ ପଜିଟିଭ ଚିହ୍ନଟ ହେବ ପରେ ହାମସାକୋୟାଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ତାଙ୍କୁ ଚିକିତ୍ସାକରାଯାଉଥିଲା ବୋଲି ମାଲାପୁରମ୍ ଜିଲ୍ଲା ମେଡିକାଲ୍ ଅଧିକାରୀ ଡାକ୍ତର କେ ସକିନା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories