www.samajalive.in
Monday, December 15, 2025
24.1 C
Bhubaneswar

ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କ ପରଲୋକ

ଗୁରୁଡ଼ିଝାଟିଆ : କଟକ ଜିଲା ଆଠଗଡ଼ର ପ୍ରାକ୍ତନ ବିଧାୟକ ରସାନନ୍ଦ ସାହୁ (୮୭)ଙ୍କ ଗୁରୁଡ଼ିଝାଟିଆ-କୋତରସ୍ଥିତ ବାସଭବନରେ ଗୁରୁବାର ପରଲୋକ ଘଟିଛି। ଆଜି ମଧ୍ୟାହ୍ନରେ ଶ୍ରୀ ସାହୁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଠଗଡ଼ ଓ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ସେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ଜଣେ ଉତ୍ତମ ବ୍ୟବସ୍ଥାପକ ଭାବେ ଯେପରି ପରିଚିତ ଥିଲେ; ଅନୁରୂପ ଭାବରେ ସେ ଥିଲେ ମିଷ୍ଟଭାଷୀ, କର୍ତ୍ତବ୍ୟ ଅନୁରାଗୀ ଓ ବନ୍ଧୁବତ୍ସଳ। ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଗୁରୁଡ଼ିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୁରୁଡ଼ିଝାଟିଆ ଶ୍ରୀଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟ ଶ୍ରୀ ସାହୁଙ୍କ ପ୍ରଚେଷ୍ଟାରେ ସ୍ଥାପନ କରାଯାଇଥିଲା। ରସାନନ୍ଦଙ୍କ ପରଲୋକ ଖବର ପାଇ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ରସାନନ୍ଦଙ୍କ ପରଲୋକ କେବଳ ଆଠଗଡ଼ ନୁହେଁ, ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ରଥ କହିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରୀ ସାହୁଙ୍କ ଶେଷ ଦର୍ଶନ କରି ଆଠଗଡ଼ ଅଞ୍ଚଳର ଜଣେ ସୁଯୋଗ୍ୟ ସନ୍ତାନକୁ ଆମେ ହରାଇଲୁ ବୋଲି କହିଥିଲେ। ବିୟୋଗ ଖବର ପାଇ ରାଜନେତା ବିଭୂତିଭୂଷଣ ମିଶ୍ର, ବ୍ରଜେନ୍ଦ୍ର ରାୟ, ରାମନାରାୟଣ ମହାନ୍ତି, ଶିକ୍ଷାବିତ୍‌ ରାଜକିଶୋର ଖଟୁଆ ପ୍ରମୁଖ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମରଶରୀର ନିଜ ଜନ୍ମମାଟି ସାଉରିଆ ସହିତ ଗୁରୁଡ଼ିଝାଟିଆ-କୋତର ଗ୍ରାମ ପରିକ୍ରମା ପରେ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି। ମଝିଆ ପୁଅ ଅକ୍ଷୟ କୁମାର ସାହୁ ମୁଖାଗ୍ନି ଦେଇଥିଲେ। ସେ ଗୁରୁଡ଼ିଝାଟିଆ ପଞ୍ଚାୟତ କାଦୁଆ ନୂଆଗାଁ  ଗ୍ରାମରେ ୧୯୩୬ ଜୁଲାଇ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବାପା ଭାଗବତ ସାହୁଙ୍କ ବଡ଼ପୁଅ ରସାନନ୍ଦ ଉଚ୍ଚଶିକ୍ଷା ପରେ କିଛିଦିନ ଶିକ୍ଷକତା ବୃତ୍ତି କରିଥିଲେ। ପରେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories