www.samajalive.in
Sunday, December 14, 2025
19.1 C
Bhubaneswar

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଧନେଶ୍ବର ମାଝୀ

ଭୁବନେଶ୍ୱର:ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ଓ ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀ। କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ଏବଂ  ଥରେ ନିର୍ବାଚିତ ହୋଇ ରାଜ୍ୟସଭା ଯାଇଥିବା ଧନେଶ୍ବର ମାଝୀ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ବିଜେପିରେ ଯୋଗଦେଇଛନ୍ତି।

ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ଥରର ବିଧାୟକ ଧନେଶ୍ୱର ମାଝୀ ଆଜି ବିଜୁ ଜନତା ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଓଡିଶାର ସାମଗ୍ରିକ ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପବଦ୍ଧ । ମୋଦୀଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ମୋଦୀ ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ।

- Advertisement -

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।

୧୯୭୮ ରୁ ୧୯୮୪ ଯାଏଁ ରାଜ୍ୟସଭା,  ସ୍ବତନ୍ତ୍ର ପାର୍ଟି ରୁ ୧୯୭୧ ଏବଂ ୧୯୭୪ ରେ ନର୍ଲା ବିଧାୟକ ଭାବେ ନିର୍ବାଚିତ ହେଇଥିଲେ। ସେହିଭଳି ୨୦୦୦ ଏବଂ ୨୦୦୪ ରେ ବିଜେପିରୁ କେସିଙ୍ଗା ବିଧାୟକ ଭାବେ ନିର୍ବାଚିତ ହେଇଥିବା ଶ୍ରୀ ମାଝି ୨୦୧୪ ରୁ ୧୯ ଯାଏଁ ବିଜେଡି ଟିକେଟ ରେ ନର୍ଲା ବିଧାୟକ ଭାବେ ନିର୍ବାଚିତ ହେଲେ।

ଶିକ୍ଷକତା ଛାଡ଼ି ରାଜନୀତିକୁ ପ୍ରବେଶ କରିଥିବା ଶ୍ରୀ ମାଝି ଜିଲାରେ ଦୀର୍ଘ ଦଶନ୍ଧି ଧରି ସକ୍ରିୟ ଅଛନ୍ତି। ତେବେ ୨୦୦୯ ମସିହା ରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ।  ଗତ ୨୬ ତାରିଖ ଦିନ ସେ ବିଜେଡିରୁ ଇସ୍ତଫା ଦେବାବେଳେ ବିଜେପିରେ ସାମିଲ ହେବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେ ବିଜେପିରେ ଯୋଗଦେବା ପରେ ନର୍ଲା ଆସନ ପାଇଁ ବିଜେପି ଟିକେଟ ପାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories