www.samajalive.in
Tuesday, December 9, 2025
15.1 C
Bhubaneswar

ବଦଳିଲା ୨୬ଏଏସ୍‌ ଫର୍ମ : ସହଜ ହେବ ରିଟର୍ଣ୍ଣ ଦାଖଲ

ନୂଆଦିଲ୍ଲୀ : ପରିବର୍ତ୍ତିତ ହୋଇଛି ୨୬ଏଏସ୍‌ ଫର୍ମ। ଏହି ଫର୍ମର ରୂପରେଖରେ ପରିବର୍ତ୍ତନ ପରେ କରଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଅଧିକ ସହଜ ହୋଇଯିବ। ଚଳିତ ଆସେସ୍‌​ମେଣ୍ଟ ବର୍ଷରେ ଟିକସଦାତାଙ୍କ ପାଇଁ ଏହି ସଂଶୋଧିତ ଫର୍ମ ଉପଲବ୍‌ଧ ହେବା ନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ​ବୋର୍ଡ(ସିବିଇଟି) ପକ୍ଷରୁ କୁହାଯାଇଛି।ଏହାଫଳରେ ଭିନ୍ନ ଭିନ୍ନ ଶ୍ରେଣୀର ବ୍ୟବସାୟିକ କାରବାର ସହ ଜଡିତ ଷ୍ଟେଟ​ମେଣ୍ଟ ନେଇ ଅତିରିକ୍ତ ସୂଚନା ମିଳିଯିବ। ଆୟକର ବିଭାଗ ପକ୍ଷରୁ ଆଜି ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି। ତେବେ ଏହି ନୂଆ ଫର୍ମ କରଦାତାଙ୍କୁ ଆୟକର ଦାଖଲ କରିବା କ୍ଷେତ୍ରରେ ବିଶେଷ ସହାୟକ ହେବ। ଏହି ଫର୍ମରେ କରଦାତାଙ୍କର କେତେକ ଟିକସ କାଟ୍‌ହେବ ସେ ସମ୍ପର୍କିତ ସବିଶେଷ ତଥ୍ୟ ଉପଲବ୍‌ଧ ହେବ। ଏହାଛଡା କରଦାତାଙ୍କୁ ଡିଡକ୍ସନ ଆକାଉଣ୍ଟ ନମ୍ବର(ଟ୍ୟାନ୍‌) ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଯିବ। ୨୬ଏଏସ୍‌ ଫର୍ମରେ କରଦାତା କେତେ ଟିକସ ଦେଉଛନ୍ତି ଏବଂ ସଂଶୋଧିତ ବିତ୍ତବର୍ଷରେ ମିଳିଥିବା ଟିକସ ରିଫଣ୍ଡ୍‌ ସମ୍ପର୍କରେ ତଥ୍ୟ ଦିଆଯାଇଛି। ଏହି ୨୬ଏଏସ୍‌ ଫର୍ମ ଡାଉନ୍‌ଲୋଡ୍‌ କରିବାକୁ ହେଲେ ଆପଣଙ୍କୁ ପ୍ରଥମ ଆୟକର ବିଭାଗର ୱେବ୍‌ସାଇଟ୍‌କୁ ଯାଇ ଲଗ୍‌ ଇନ୍‌ କରିବାକୁ ହେବ। ଏହାପରେ ମେ’ ଆକାଉଣ୍ଟ ସେକ୍ସନ୍‌ରେ ଆପଣଙ୍କୁ କ୍ୟୁ ଫର୍ମ ୨୬ଏଏସ୍‌ ଟ୍ୟାବ୍‌ କରି କ୍ଲିକ୍‌ କରିବାକୁ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories