www.samajalive.in
Sunday, December 7, 2025
23.1 C
Bhubaneswar

୯ରେ ବାଂଲାଦେଶ ଯିବେ ବୈଦେଶିକ ସଚିବ

ସମାଜ ଡିଜିଟାଲ ଡେସ୍କ: ବୈଦେଶିକ ସଚିବ ବିକ୍ରମ ମିସ୍ରି ଆସନ୍ତା ୯ ତାରିଖରେ ବାଂଲାଦେଶ ଗସ୍ତରେ ଯିବେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବାବେଳେ ବୈଦେଶିକ ସଚିବଙ୍କ ଗସ୍ତ ଅନେକ ଗୁରୁତ୍ଵ ବହନ କରୁଛି। ତେବେ ସଚିବ ଫରେନ ଅଫିସ କନସଲଟେସନ ଲାଗି ବାଂଲାଦେଶ ଯାଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ସମୟରେ ସେ ବାଂଲାଦେଶ ପ୍ରତିପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିବେ।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ମନ୍ତ୍ରଣାଳୟ କହିଛି ଯେ, ଆମେ ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ଆଲୋଚନା କରିସାରିଛୁ। ବାଂଲାଦେଶରେ ଚାଲିଥିବା ପ୍ରାସଙ୍ଗିକ ଆଇନଗତ ପ୍ରକ୍ରିୟାଗୁଡ଼ିକ ନିରପେକ୍ଷ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଆମର ଆଶା ରହିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories