www.samajalive.in
Wednesday, December 10, 2025
17.1 C
Bhubaneswar

ଭଲ ହଜମ ଶକ୍ତି ନିମନ୍ତେ କଣ କରିବେ..

ବିଶେଷଜ୍ଞଙ୍କ ମତରେ କେତୋଟି ଦିଗ ପ୍ରତି ସତର୍କ ରହିଲେ, ଆମ ହଜମ ଶକ୍ତି ଭଲ ହୋଇଥାଏ। ନିଜ ଖାଦ୍ୟ ତାଲିକାରେ ପ୍ରତ୍ୟହ ଦହି ସାମିଲ କରନ୍ତୁ। ଦହି ପାନୀୟ କିମ୍ବା ଦହି ସାଲାଡ୍, ଯେ କୌଣସି ଭାବେ ଖାଇଲେ ମଧ୍ୟ ଶରୀର ପାଇଁ ଲାଭକାରୀ। ପ୍ରୋ-ବାଇଓଟିକ୍ସ ଭରପୂର ଦହି ଖାଇଲେ ବିଭିନ୍ନ ପେଟ ରୋଗରୁ ମୁକ୍ତି ମିଳିବା ସହ ରୋଗ ପ୍ରତିରୋଧକଶକ୍ତି ମଧ୍ୟ ବଢ଼ିଥାଏ। ବୟସ୍କ ଲୋକେ ଦହି ନିୟମିତ ଖାଉଥିଲେ ନିଜ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

Á ରସୁଣରେ ଥିବା ଏଲିସିନ୍ ତତ୍ତ୍ବ ଶରୀର ସଂକ୍ରମଣରୁ ରକ୍ଷା କରିବା ସହ ଥଣ୍ଡା-ସର୍ଦ୍ଦିରୁ ବର୍ତ୍ତିବା ନିମନ୍ତେ ଶରୀରକୁ ଶକ୍ତି ଯୋଗାଇଥାଏ। ପେଟରୋଗୀମାନେ ପ୍ରତ୍ୟହ ରସୁଣଛୁଙ୍କ ପ୍ରସ୍ତୁତ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ସକାଳବେଳା ୨-୩ଟି ରସୁଣ ପାଖୁଡ଼ା ଖାଇଲେ ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ରହେ। ହୃଦ୍‌ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ, ରସୁଣର ଉପଯୋଗ ନିୟମିତ ଭାବେ ନିଜ ଖାଦ୍ୟରେ କରିବା ଲାଭପ୍ରଦ।
Á ତ୍ବଚା ଓ କେଶ ନିମନ୍ତେ ଏକ ଉତ୍ତମ ପରିବା ଭାବେ ଜଣାଯାଉଥିବା ଗାଜରକୁ ମଧ୍ୟ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ଉଚିତ। ନିଶାସେବନ କରୁଥିବା ଲୋକଙ୍କର ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥାଏ। ଏହି ରୋଗୀମାନେ ଗାଜର ପ୍ରସ୍ତୁତ ବ୍ୟଞ୍ଜନ କିମ୍ବା ଗାଜର ରସ ପିଇଲେ ସେମାନଙ୍କ ଆଖିର ଜ୍ୟୋତି ବୃଦ୍ଧି ପାଉଥିବାର ବିଶେଷଜ୍ଞଙ୍କ ମତ। ବଦ୍‌ହଜମ ସମସ୍ୟା ହେଉଥିବା ରୋଗୀମାନେ ମଧ୍ୟ ଗାଜର ଖାଇଲେ ଲାଭ ମିଳେ।
Á ଛତୁ, ଏହି ପରିବା ଖାଇଲେ ମଧ୍ୟ ପେଟ ସଂକ୍ରମଣରୁ ରକ୍ଷା ମିଳିଥାଏ। ଆଣ୍ଟିଅକ୍ସିଡାଣ୍ଟ ଭରପୂର ଛତୁ ଫାଇବରର ଉତ୍ତମ ସ୍ରୋତ। ଛତୁ ଆଣି ତାହାକୁ ପରିଷ୍କାର ଭାବେ ହଳଦି ପାଣିରେ ଧୋଇ ପରେ ବ୍ୟଞ୍ଜନ ପ୍ରସ୍ତୁତ କରିବା ଉଚିତ।
Á ଗୁଡ଼ ଖାଇଲେ ଆମ ସ୍ମୃତି ଶକ୍ତି ଭଲ ହେବା ସହ ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ବର୍ଷକ ୧୨ ମାସ ପ୍ରତ୍ୟେକ ବୟସର ଲୋକ ଅଳ୍ପ ପରିମାଣର ଗୁଡ଼ ନିୟମିତ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ଉଚିତ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories