www.samajalive.in
Tuesday, December 9, 2025
15.1 C
Bhubaneswar

୨୧ତମ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଡ଼ସାହି : ଖାନୁଆ ପଞ୍ଚାୟତ ଧାନଶୁଳା ଗ୍ରାମରେ ଫୁର୍ଗାଲ ତାରାଶ କ୍ଲବ ଆନୁକୂଲ୍ୟରେ ଦୁଇ ଦିନିଆ ୨୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସମେତ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ୨୨ନଂ ଜିଲାପରିଷଦ ଫୁଟବଲ ଦଳ ଓ ସିମ୍‍ଗଡିଆ ଏସ୍‍ଡିସି ଫୁଟବଲ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନପାରିନଥିଲେ ଫରେ ଟ୍ରାଇବ୍ରେକରର ସହାୟତା ନିଆଯାଇଥିଲା। ୨୨ନଂ ଜିଲାପରିଷଦ ଫୁଟବଲ ଦଳ ୨-୦ଗୋଲରେ ସିମଗଡିଆ ଏସ୍‍ଡିସି ଫୁଟବଲ ଦଳକୁ ପରାସ୍ତ କରି ଚଳିତ ବର୍ଷ ଚମ୍ପିଆନ ହୋଇଥିଲା। କ୍ଲବର ସମ୍ପାଦକ ଶ୍ୟାମସୁନ୍ଦର ହାଁସଦାଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ମାନ୍ୟବର ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ମୁଖ୍ୟବକ୍ତା ଭାବେ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା ଦେବାଶିଷ ମାରାଣ୍ଡି, ସମ୍ମାନିତ ଅତିଥି ଭାବେ ଖାନୁଆର ଭାରପ୍ରାପ୍ତ ସରପଞ୍ଚ ବାଢା ହାଁସଦା, ସମିତିସଭ୍ୟା ପଦ୍ମିନୀ ଗିରି, ପୂର୍ବତନ ସମିତିସଭ୍ୟ ସୁବାସ ପ୍ରଧାନ ଓ ଭାଗିରଥି ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପିଆନ ଦଳକୁ ୫୦ହଜାର, ରନର୍ସ ଅପ୍‍ ଦଳକୁ ୩୦ହଜାର, ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ଇଲେଭେନ ଷ୍ଟାର ଓ ତାଳଡିହା ଦଳକୁ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। କ୍ଳବର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories