www.samajalive.in
Friday, December 5, 2025
20.1 C
Bhubaneswar

୨୦ ବର୍ଷରୁ କମ୍‍ ଫୁଟବଲ : ଆର୍ଜେଣ୍ଟିନାକୁ ହରାଇଲା ଭାରତ

ଭାଲେନ୍‍ସିଆ : ଏଠାରେ ଖେଳାଯାଉଥିବା ୨୦ ବର୍ଷରୁ କମ୍‍ କୋଟିଫ୍‍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‍ରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୨-୧ ଗୋଲ୍‍ରେ ପରାସ୍ତ କରିଛି ଭାରତ। ଭାରତ ପକ୍ଷରୁ ଖେଳର ୪ର୍ଥ ମିନିଟ୍‍ରେ ଦୀପକ ଟାଙ୍ଗ୍ରି ଓ ୬୮ ମିନିଟ୍‍ରେ ଅନୱର ଅଲ୍ଲି ଗୋଲ୍‍ ସ୍କୋର କରିଥିଲେ। ଆର୍ଜେଣ୍ଟିନା ୬ଥର ୨୦ ବର୍ଷରୁ କମ୍‍ ଫୁଟବଲ୍‍ ବିଶ୍ୱକପ୍‍ ଚମ୍ପିଆନ୍‍ ହୋଇଥିବା ବେଳେ ଏହି ଦଳକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି।
ସୂଚନାଥାଉକି ଭାରତୀୟ ଦଳ ପୂର୍ବରୁ ମୁର୍ସିଆଠାରୁ ୨-୦ ଓ ମାଉରିଟାନିଆଠାରୁ ୩-୦ ଗୋଲ୍‍ରେ ପରାସ୍ତ ହୋଇଥିଲା। ଦଳ ଭେନିଜୁଏଲା ବିପକ୍ଷରେ ମ୍ୟାଚ୍‍ ଅମୀମାସିଂତ ରଖିଥିବା ବେଳେ ଆର୍ଜେଣ୍ଟିନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ମୂଳରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୪ ମିିନିଟ୍‍ରେ ଦୀପକ ପ୍ରଥମ ଗୋଲ୍‍ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦୁଇଥର ଗୋଲ୍‍ ସ୍କୋର କରିବାକୁ ଭାରତୀୟ ଦଳ ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ଖେଳାଳି ଅଫ୍‍ସାଇଡ୍‍ ହେବାରୁ ଦଳ ଗୋଲ୍‍ କରି ପାରିନଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଅଧିନାୟକ ଅମରଜିତ୍‍ ସିଂହଙ୍କଠାରୁ ଏକ ସୁନ୍ଦର ପାସ୍‍ ପାଇଥିଲେ ଅନୱର ଅଲ୍ଲି। ତେବେ ଅନ୍‍ୱରଙ୍କ ସଟ୍‍କୁ ଆର୍ଜେଣ୍ଟିନା ଗୋଲରକ୍ଷକ ଅଟାଇ ଦେଇଥିଲେ। ୫୪ ମିନିଟ୍‍ରେ ଫାଉଲ୍‍ ମାରିବାରୁ ଭାରତୀୟ ଫରୱାର୍ଡ ଯାଦବଙ୍କୁ ରେଫରି ନାଲି କାର୍ଡ ଦେଖାଇଥିଲେ। ଫଳରେ ଭାରତୀୟ ଦଳ ବାକି ସମୟ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଆର୍ଜେଣ୍ଟିନା ଦଳର ଫରୱାର୍ଡ ଭାରତୀୟ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ଗୋଲରକ୍ଷକ ପ୍ରଭସୁକନ୍‍ ଗିଲ୍‍ ସେମାନଙ୍କ ସବୁ ପ୍ରୟାସକୁ ବିଫଳ କରି ଦେଇଥିଲେ। ଖେଳର ୬୮ ମିନିଟ୍‍ରେ ଅନୱର ଅଲ୍ଲି ଭାରତ ତରଫରୁ ଦ୍ୱିତୀୟ ଗୋଲ୍‍ ସ୍କୋର କରିଥିଲେ। ୭୨ ମିନିଟ୍‍ରେ ଆର୍ଜେଣ୍ଟିନା ଦଳ ଗୋଟିଏ ଗୋଲ୍‍ ପରିଶୋଧ କରିବାକୁ ସକ୍ଷମ ହୋଇଥିଲା।
ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିବା ଭାରତ ନିମନ୍ତେ ବେଶ୍‍ ଗୌରବର ବିଷୟ ବୋଲି ଏହି ଦଳର ପ୍ରଶିକ୍ଷକ ଫ୍ଲୋଏଡ ପିଣ୍ଟୋ କହିଛନ୍ତି। ଏହି ବିଜୟ ଫଳରେ ବିଶ୍ୱ ଫୁଟବଲ ଜଗତରେ ଭାରତ ସମ୍ମାନ ବୃଦ୍ଧି ପାଇଥିବା ପିଣ୍ଟୋ ମତ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories