www.samajalive.in
Wednesday, December 10, 2025
26.1 C
Bhubaneswar

ପାଦ ଆଙ୍ଗୁଠିରୁ ଜାଣନ୍ତୁ, ଆପଣ କେତେ ଭାଗ୍ୟଶାଳୀ

ଶରୀରର ଆକାର ସଭିଁଙ୍କର ଆଚାର ବ୍ୟବହାର ନିର୍ଣ୍ଣୟ କରିଥାଏ। ଶାସ୍ତ୍ର ଅନୁଯାୟୀ ପାଦରେ ଥିବା ୫ପ୍ରକାରର ଆଙ୍ଗୁଠି ମନୁଷ୍ୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।
ପାଦର ମଝି ଆଙ୍ଗୁଠି ସବୁ ଆଙ୍ଗୁଠି ଠାରୁ ବଡ଼ ହୋଇ, ଶେଷ ୨ଟି ସାନ ହୋଇଥିଲେ, ଏହି ପ୍ରକାରର ବ୍ୟକ୍ତିଙ୍କ ଆଚାର ବ୍ୟବହାର ସାଧାରଣ ହୋଇଥାଏ। ଏମାନଙ୍କ ଜୀବନରେ ସଫଳତା ମିଳେ, ମାତ୍ର ଏହି ସଫଳତା ପାଇବାକୁ ବିଳମ୍ବ ହୋଇଥାଏ। ସର୍ବଦା ଏମାନଙ୍କ ମନରେ କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ଥାଏ।
ପାଦର ୪ଟି ଆଙ୍ଗୁଠି ସମାନ ଥାଇ ବୁଢା ଆଙ୍ଗୁଠି ବଡ଼ ଥିଲେ, ଏହି ପ୍ରକାରର ବ୍ୟକ୍ତି ସ୍ୱଭାବରେ ଶାନ୍ତିପ୍ର୍ରିୟ ଅଟନ୍ତି। ଯେଉଁ କାର୍ଯ୍ୟକୁ ଏମାନେ ହାତକୁ ନିଅନ୍ତି, ତାହାକୁ ଶେଷ କରିଥାଆନ୍ତି। ଏମାନେ ନିଜର ଦାୟିତ୍ୱକୁ ଭଲ ଭାବେ ବୁଝି ଥାଆନ୍ତି। ଏମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାଆନ୍ତି।
ପାଦର ମଝି ଆଙ୍ଗୁଠି ବଡ଼ ଥାଇ ଶେଷ ୨ଟି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ସାମାନ୍ୟ ସାନ ଥିଲେ, ଏହି ପ୍ରକାରର ବ୍ୟକ୍ତି ଖୁବ ଚତୁର ଅଟନ୍ତି। ଏମାନେ ଖୁବ ମଧୁର କଥା କହିଥାଆନ୍ତି। ଏମାନଙ୍କୁ ଭାଗ୍ୟଶାଳୀ କୁହାଯାଇଥାଏ।
ଯେଉଁ ମାନଙ୍କର ବୁଢା ଆଙ୍ଗୁଠି ଠାରୁ ଅନ୍ୟ ସମସ୍ତ ଆଙ୍ଗୁଠି ସାମାନ୍ୟ ସାନ ହୋଇରହିଥାଏ , ଏମାନଙ୍କ ବ୍ୟବହାର ଖୁବ ଉତ୍ତମ ହେବା ସହ ଏମାନଙ୍କୁ ସର୍ବଦା ଖୁସି ମିଳିଥାଏ। ଏମାନେ ଧାର୍ମିକ ମଧ୍ୟ ଅଟନ୍ତି।
ଯେଉଁ ମାନଙ୍କର ବୁଢା ଆଙ୍ଗୁଠି ବଡ଼ ହୋଇ ମଝି ଆଙ୍ଗୁଠି ୨ଟି ସମାନ ଥାଏ , ଏମାନେ ଖୁବ ପରିଶ୍ରମୀ ଅଟନ୍ତି। ଏମାନଙ୍କୁ ଖୁବ ଜଲଦି ସଫଳତା ମିଳେ। ସମାଜରେ ମାନସମ୍ମାନ ପ୍ରାପ୍ତ ହୋଇଥାଏ। ଏମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories