www.samajalive.in
Wednesday, December 10, 2025
26.1 C
Bhubaneswar

ବଡ଼ ଦାଣ୍ଡରେ ତିନି ରଥ

ପୁରୀ : ବଡ଼ ଦାଣ୍ଡରେ ଗଡ଼ିଚାଲିଛି ତିନି ରଥ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନ ସିଂହାସନକୁ ବାହୁଡୁଛନ୍ତି। ନିର୍ଦ୍ଧାରିିତ ସମୟର ଯଥେଷ୍ଟ ପୂର୍ବରୁ ଏଥର ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଦିନ ସାଢ଼େ ଗୋଟାଏ ସୁଦ୍ଧା ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ଆଗ ପଛ ହୋଇ ତିନ ରଥ ବଡ଼ ଦାଣ୍ଡରେ ଗଡ଼ିଚାଲିଛନ୍ତି। ତେବେ ଦିନ ୩.୩୦ ସୁଦ୍ଧା ସିଂହଦ୍ବାର ନିକଟରେ ଶ୍ରୀ ବଳଭଦ୍ରଙ୍କ ରଥ ଓ  ଦିନ ଚାରିଟା ସୁଦ୍ଧା ଦେବୀ ସୁଭଦ୍ରାଙ୍କ ରଥ ପହଞ୍ଚିଥିବା ଜଣାପଡିଛି।

ଲଘୁଚାପ ଜନିତ ବର୍ଷା ଓ ପ୍ରତିକୂଳ ପାଗ ଯୋଗୁଁ ଏଥର ସଅଳ ନୀତିକାନ୍ତି ସହିତ ବାହୁଡା ରଥ ଟଣା ଆରମ୍ଭ ହୋଇଛି। ଦିନ ସାଢ଼େ ଗୋଟାଏ ପୂର୍ବରୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଥିଲା। ଲଗାଣ ବର୍ଷା ଓ ଶନିବାରର ଜଳାର୍ଣ୍ଣବ ଅବସ୍ଥା ସତ୍ବେ ରବିବାର ପୂରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିିଳିଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁରୁଖୁରୁରେ ବାହୁଡା ଯାତ୍ରା ଅନୁଷ୍ଠିତ ହେଉଛି।

- Advertisement -

ରବିବାର ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ବେଶଶେଷ, ଗୋପାଳ ବଲ୍ଲଭ, ସକାଳଧୂପ, ସେନାପଟାଲାଗି, ମଙ୍ଗଳାର୍ପଣ ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ସଅଳ ସଅଳ ଆସି ଛେରାପହଁରା କରିଥିଲେ। ଏହାପରେ ଚାରମାଳ ଫିଟା ଯାଇ ଘୋଡ଼ା ଓ ସାରଥୀ ଲାଗି ହୋଇଥିଲେ ଓ ପରେ ରଥଟଣା ଆରମ୍ଭ ହୋଇଥିଲା ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories