www.samajalive.in
Monday, December 8, 2025
14.1 C
Bhubaneswar

ଆପଣ ମଧ୍ୟ ଖାଉଛନ୍ତି କି ଏହି ଖାଦ୍ୟ? ଖୁବ୍‍ଶୀଘ୍ର ଦୁର୍ବଳ ହୋଇଯିବ ହାଡ଼

ଶରୀରର ହାଡ଼କୁ ମଜବୁତ ରଖିବା ପାଇଁ ଆମେ ବିଭିନ୍ନ ଖାଦ୍ୟ ଖାଇଥାଆନ୍ତି। ହେଲେ ଆମେ ନଜାଣି ଏପରି କିଛି ଖାଦ୍ୟ ଅଛି ଯାହାକୁ ଆମେ ହାଡ଼ ମଜବୁତ କରିବା ଉଦ୍ଦେଶ୍ୟରେ ଖାଇଥାଆନ୍ତି ହେଲେ ତାହା ବିପରୀତ ଫଳ ଦେଇଥାଏ। ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଫୁଡ୍ ଓ ନ୍ୟୁଟ୍ରିସନ୍ ବିଶେଷଜ୍ଞଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହା କ୍ୟାଲସିୟମ୍ ଓ ଭିଟାମିନ୍ ଡି’କୁ ଶରୀରରେ ଠିକ୍ ଭାବେ ପହଞ୍ଚାଇ ନଥାଏ। ଏଥିଯୋଗୁଁ ଶରୀରରେ କ୍ୟାଲସିୟମର ଅଭାବ ଦେଖା ଦେଇଥାଏ। ଏହାଦ୍ୱାରା ହାଡ଼ ଦୁର୍ବଳ ହେବାର ଆଶଙ୍କା ବଢ଼ିଯାଏ। ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ଖାଇଲେ ହାଡ଼ ଦୁର୍ବଳ ହୋଇଥାଏ –

ନମକିନ୍ ଓ ଚିପ୍ସ୍ : ନମକିନ୍, ଚିପ୍ସ୍ ଭଳି ସ୍ନାକ୍ସରେ ସୋଡିୟମର ମାତ୍ରା ବହୁ ଅଧିକ ଥାଏ। ଏହାକୁ ଅଧିକ ଖାଇଲେ ଶରୀରର କ୍ୟାଲସିୟମ୍ ମୂତ୍ର ମାଧ୍ୟମରେ ବାହାରକୁ ପଳାଇଥାଏ, ଯଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ।

- Advertisement -

ଚିନିଜାତୀୟ ଖାଦ୍ୟ : ଚିନିଜାତୀୟ ଖାଦ୍ୟ ଓ ପାନୀୟରେ ଫସଫରିକ୍ ଏସିଡ୍ ଭଳି ରାସାୟନିକ ପଦାର୍ଥ ବହୁ ମାତ୍ରାରେ ଥାଏ। ଏହାକୁ ଅଧିକ ମାତ୍ରାରେ ଖାଇଲେ ହାଡ଼ ଦୁର୍ବଳ ହୋଇଯାଏ। ଏମିତିରେ ହାଡ଼ ଭାଙ୍ଗିବା ସମସ୍ୟା ବଢ଼ିପାରେ।

ପ୍ୟାକେଟ୍ ଖାଦ୍ୟ : ପ୍ୟାକେଟରେ ଆସୁଥିବା ତିଆରି ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ରହିଥାଏ। ଏହା ଶରୀରରେ କ୍ୟାଲସିୟମ୍ ର ମାତ୍ରା କମ୍ କରିଥାଏ। ଏହାଯୋଗୁଁ ହାଡ଼ ଦୁର୍ବଳ ହୋଇଥାଏ।

ଜଙ୍କ୍ ଫୁଡ୍ : ବର୍ଗର, ପିଜ୍ଜା, ପାସ୍ତା ଆଦି ଜଙ୍କ୍ ଫୁଡ୍ ରେ ସୋଡିୟମ୍ ଅନେକ ମାତ୍ରାରେ ଥାଏ। ଏହା ମଧ୍ୟ ଶରୀରରେ କ୍ୟାଲ୍ସିୟମ୍ ର ମାତ୍ରାକୁ କମ୍ କରିଥାଏ, ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ। ଶରୀରର ହାଡ଼ ନଷ୍ଟ ହେବାର ବିପଦକୁ ବଢ଼ାଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories