ଗୁରୁଡିଝାଟିଆ : କରୋନାର ୨ୟ ଲହରକୁ ରୋକିବା ପାଇଁ ବର୍ତ୍ତମାନ ତାଲାବନ୍ଦ ଚାଲୁ ରହିଛି। ଏହି ସମୟରେ ଅଭାବ ଶ୍ରେଣୀୟ ଲୋକମାନେ କାମଧନ୍ଦା କରିନପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମାଜ ରିଲିଫ ସଂଗଠନ ପକ୍ଷରୁ ମହାକାଳବସ୍ତ ପଞ୍ଚାୟତର ମାଧବପୁର ଶବରସାହିରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ଗାଁର ପ୍ରାୟ ୫୦ ପରିବାରକୁ ମଧ୍ୟାନ୍ନରେ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି। ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସମାଜ ରିଲିଫ କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଗତକାଲି ଓ ଆଜି ୨ଦିନ ଧରି ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ,ସମାଜସେବୀ ନିଗମାନନ୍ଦ ସ୍ୱାଇଁ, ସୁକାନ୍ତ କୁମାର ମଲ୍ଲିକ ପ୍ରମୁଖ କୋଭିଡ ନିୟମ ଅନୁଯାୟୀ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ।
Popular Categories



