ଆବଶ୍ୟକ ସାମଗ୍ରୀ
ବେସନ – ୫୦୦ଗ୍ରାମ
ଲଙ୍କା ଗୁଣ୍ଡ – ୧ଚାମଚ
ହେଙ୍ଗୁ – ସାମାନ୍ୟ
ଜୁଆଣୀ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପାଣି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ। ବେସନରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ଜୁଆଣୀ, ଲୁଣ ,ତେଲ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ମିଶାଇବା ପରେ ଅଳ୍ପ ପାଣି ଦେଇ ଏହାକୁ ଦଳି ଦିଅନ୍ତୁ। ଭଲ ଭାବେ ଦଳିବା ପରେ ଏହା ଉପରେ ସାମାନ୍ୟ ତେଲ ଲଗାଇ ଏହାକୁ ଚିକ୍କଣ କରି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଛାଣିବା ମେସିନରେ ନିଜର ଇଚ୍ଛା ମୁତାବକ ଯନ୍ତ୍ର ଡ଼ିଜାଇନର ଖୋପ ଲଗାଇ ଭିନ୍ନ ଭିନ୍ନ ଡ଼ିଜାଇନ କରି ଗରମ ତେଲରେ ଏହାକୁ ଛାଣି ଦିଅନ୍ତୁ। ସେଉକୁ ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ ଓ ଖାଆନ୍ତୁ। ଏହାକୁ ଆପଣ ଅଧିକ ଦିନ ରଖି ମଧ୍ୟ ଖାଇପାରିବେ।
ବେସନ ସେଉ
Popular Categories



