www.samajalive.in
Sunday, December 7, 2025
26.1 C
Bhubaneswar

ନ୍ୟୁଜିଲାଣ୍ଡ ଗଣହତ୍ୟା; ଟ୍ରମ୍ପଙ୍କୁ ଆଦର୍ଶ ମାନୁଛି ବନ୍ଧୁକଧାରୀ ଆକ୍ରମଣକାରୀ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚସ୍ଥିତ ୨ଟି ମସଜିଦରେ ଗଣହତ୍ୟାର ଶିକାର ହୋଇଛନ୍ତି ୪୦ରୁ ଊର୍ଦ୍ଧ୍ଵ ବ୍ୟକ୍ତି। ଏହି ଘଟଣାରେ ସମ୍ପୃକ୍ତ ଜଣେ ବନ୍ଧୁକଧାରୀ ବ୍ରେଣ୍ଟନ ଟେରଣ୍ଟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜର ଆଦର୍ଶ ବୋଲି ଦର୍ଶାଇଛି। ଆକ୍ରମଣ ପୂର୍ବରୁ ସେ ଏକ ଇସ୍ତାହାର ଜାରି କରିଥିଲା, ଯେଉଁଥିରେ ସେ ଆକ୍ରମଣର ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଛି।

ଆତଙ୍କବାଦୀ ଆକ୍ରମଣରେ ହଜାର ହଜାର ୟୁରୋପୀୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା, ଦେଶରେ ଶ୍ଵେତବର୍ଣ୍ଣ ଲୋକଙ୍କ ପ୍ରାଧାନ୍ୟ ବଜାୟ ରଖିବା ଏବଂ ପ୍ରବାସୀମାନଙ୍କୁ ଦେଶରୁ ବାହାର କରିବା ଉଦ୍ଦେଶ୍ୟରେ ସେ ଏହି ଆକ୍ରମଣ କରିଥିବା ଦର୍ଶାଇଛି।

- Advertisement -

ବ୍ରିଟେନର ପତ୍ରିକା ଦ ସନ୍‌ ଅନୁସାରେ, ଆକ୍ରମଣକାରୀ ବ୍ରେଣ୍ଟନ ନିଜ ଇସ୍ତାହାର ନାମ ‘ଦ ଗ୍ରେଟ ରିପ୍ଲେସମେଣ୍ଟ’ ରଖିଛି। ଇସ୍ତାହାରେ ଆକ୍ରମଣକାରୀ ଉଲ୍ଲେଖ କରିଛି ଯେ, ‘ଶ୍ଵେତ ବର୍ଣ୍ଣ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଦେଖାଇବାକୁ ଚାହୁଁଛୁ ଯେ, ଆମ ଭୂମି କେବେ ବି ସେମାନଙ୍କ ଭୂମି ହୋଇପାରିବ ନାହିଁ। ଆମ ଘର ଆମ ନିଜର। ଯେପର୍ଯ୍ୟନ୍ତ ଜଣେ ଶ୍ଵେତବର୍ଣ୍ଣର ଲୋକ ବଞ୍ଚିଛି ସେପର୍ଯ୍ୟନ୍ତ ସେମାନେ କେବେ ବି  ଜିତିପାରିବେ ନାହିଁ। ଏହି ଆକ୍ରମଣର ପରିଭାଷାକୁ ଦେଖିଲେ ଏହା ଏକ ଆତଙ୍କବାଦୀ ଆକ୍ରମଣ। କିନ୍ତୁ ଆମ ଦେଶକୁ କବ୍‌ଜା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏହା ଏକ କାର୍ଯ୍ୟାନୁଷ୍ଠାନ ବୋଲି ମୁଁ ମାନୁଛି’ ବୋଲି ବ୍ରେଣ୍ଟନ ୮୭ ପୃଷ୍ଠାର ଏହି ଇସ୍ତାହାରରେ ଲେଖିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories