ଖାଦ୍ୟ ଖାଇବା ପରେ କରନ୍ତୁ ନାହିଁ ଏହି କାର୍ଯ୍ୟ

0

ଶରୀରର ପାଇଁ ଖାଦ୍ୟ ବହୁ ଆବଶ୍ୟକ ଅଟେ। ଦୈନିକ ସଭିଏଁ ୪ ରୁ ୫ ଥର ଖାଦ୍ୟ ଖାଇଥାନ୍ତି। ଖାଦ୍ୟ ଖାଇବା ପରେ ଏପରି କିଛି ନିୟମ ରହିଛି, ଯାହାକୁ ମାନିବା ନିତ୍ୟାନ୍ତ ଜରୁରୀ ଅଟେ। ଏହି ନିୟମ ନ ମାନିଲେ ଆମର କ୍ଷତି ହୋଇଥାଏ।
ଚା’ ଓ କଫି – ଖାଦ୍ୟ ଖାଇବା ପରେ ଚା’ କିମ୍ବା କଫି ପିଇବା ଉଚିତ ନୁହେଁ। ଏହା ଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୋଇପାରେ ନାହିଁ ଓ ପେଟ ଜନିତ ସମସ୍ୟା ହୋଇଥାଏ।

 


ଫଳ – ଖାଦ୍ୟ ଖାଇବା ପରେ କୌଣସି ପ୍ରକାରର ଫଳ ଖାଆନ୍ତୁ ନାହିଁ ,ଏହା ଶରୀର ପାଇଁ କ୍ଷତିକାରକ ଅଟେ। ଏହା ଦ୍ୱାରା ଏସିଡ଼ିଟି ହୋଇଥାଏ।
ଖାଦ୍ୟ ଖାଇବା ପରେ ଗାଧୋଇବା ଉଚତ ନୁହେଁ। ଏହା ଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୋଇ ନ ଥାଏ।

prayash


ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶରୀରର ମୋଟା ପଣ ବଢିଥାଏ। ଖାଦ୍ୟ ମଧ୍ୟ ହଜମ ହୋଇ ନ ଥାଏ।


ଖାଇବା ପରେ ଧୂମପାନ କଲେ ଏହା ଶରୀରର ବହୁ କ୍ଷତି କରିଥାଏ। କ୍ୟାନସର ହେବାର ଏହା ଏକ ମୁଖ୍ୟ କାରଣ ଅଟେ।

kalyan agarbati
Leave A Reply