www.samajalive.in
Sunday, December 14, 2025
23.1 C
Bhubaneswar

ଝାଟିମାଟି ଘରେ ଭବିଷ୍ୟତ ଗଢା ! ପଲିଥିନ୍ ତଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ମାଲକାନାଗିରି: ଝୁମ୍ପୁଡି ଘର, ଭଙ୍ଗା ବାଉଁଶର ଝାଟି, ମାଟି ପିଣ୍ଡା ଉପରେ ପଲିଥିନ୍ ର ଛପର। ଏଠାରେ ଗଢ଼ା ହେଉଛନ୍ତି ଆମ ଦେଶର ଭବିଷ୍ୟତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଭେଜାଙ୍ଗିୱାଡା-ବି  ଅଙ୍ଗନୱାଡି କେନ୍ଦ୍ରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମାସେ କି ବର୍ଷେ ନୁହେଁ ଦୀର୍ଘ ୪ ବର୍ଷ ବିତିଗଲାଣି । ଦୀର୍ଘ ଦିନ ଧରି ଏଭଳି ବିପଦପୂର୍ଣ୍ଣ ପରିସ୍ଥିତି ଚାଲିଛି ଏହି କୁନି କୁନି କୋମଳମତି ଶିଶୁଙ୍କ ଶିକ୍ଷାଦାନ, ପୋଷାକ ଓ ଖାଦ୍ୟ ପ୍ରଦାନ। ଏଭଳି ଅସୁରକ୍ଷିତ ଅବସ୍ଥାରେ ଚାଲିଛି ପ୍ରାକ୍ ପ୍ରାଥମିକ ଶିକ୍ଷା। ଭୟରେ ଅଭିଭାବକମାନେ ସେଠାରେ ପିଳାମାନଙ୍କୁ ଜଗି ରହୁଛନ୍ତି।

ରାଜ୍ୟରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା ତାହା ଏହି ଅଙ୍ଗନୱାଡି କେନ୍ଦ୍ରକୁ ଦେଖି ସ୍ପଷ୍ଟ ବାରି ହେଉଛି । ନୂତନ ଅଙ୍ଗନୱାଡି ଗୃହ ପାଇଁ ଅର୍ଥ ମଞ୍ଜୁର ହୋଇ ନଥିବା କାରଣରୁ ଗୃହ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି । ଏନେଇ ଗ୍ରାମବାସୀ,ପୂର୍ବତନ ସରପଞ୍ଚ ବରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି କିଛି ସୁଫଳ ପାଇନଥିବା ଅଭିଯୋଗ କରିଛନ୍ତି।

- Advertisement -

କୋମଳମତି ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି। ତୃଣମୂଳ ସ୍ତରରେ ଏହି ସବୁ ଯୋଜନା ଯେ, ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି। ଏହା ହେଉଛି ତାହାର ଜ୍ବଳନ୍ତ ଉଦାହରଣ । ଏହି ସବୁ ଯୋଜନାର ଦାୟିତ୍ବରେ ଥିବା ଅଧିକାରୀଙ୍କ ଦାୟିତ୍ବ ହୀନତା ଓ ଉଦାସୀନତା କାରଣରୁ କୋମଳମତି ଶିଶୁଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି।

 

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories