www.samajalive.in
Tuesday, December 9, 2025
15.1 C
Bhubaneswar

ଗୁଲାବ ଜାମୁନ

ଆବଶ୍ୟକ ସାମଗ୍ରୀ
କ୍ଷୀର – ୨କପ
ଅମୁଲ – ୩ ରୁ ୪କପ
ଘିଅ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ଚାମଚ
ଚିନି – ୩କପ
କେସର – ଅଳ୍ପ
ଗୋଲାପ ଜଳ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇ ଗରମ ହେବା ଏଥିରେ କ୍ଷୀର ପକାନ୍ତୁ। କ୍ଷୀର ପକାଇବା ପରେ ଘିଅ ପକାନ୍ତୁ। ଏହାପରେ ଏହାକୁ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ଅମୁଲ ପକାଇ ପୁଣି ଗୋଳାନ୍ତୁ। ଭଲ ଭାବେ ଗୋଳାଇବା ପରେ ଏହାକୁ ବହଳିଆ ଜନ୍ତଣି ଭଳି କରି ଦିଅନ୍ତୁ। ଏବେ ଗ୍ୟାସରେ ପୁଣି ଏକ ପାତ୍ର ବସାଇ ୩ କପ ଚିନିରେ ୨କପ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତି କରିବା ସମୟରେ ଗୁଜୁରାତି ଗୁଣ୍ଡ, ଗୋଲାପ ଜଳ, କେସର ପକାଇ ଗୋଳାଇ ରଖନ୍ତୁ। ଏବେ ପ୍ରସ୍ତୁତି ହୋଇଥିବା ଜନ୍ତଣିରୁ ଗୋଲ ଗୋଲ ବଲ କରି ରଖନ୍ତୁ। ପୁଣି ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ଗୁଳା କରି ରଖିଥିବା ବଲକୁ ପକାଇ ଛାଣନ୍ତୁ। ଛାଣିବା ପରେ ପ୍ରସ୍ତୁତ କରି ରଖିଥିବା ସିରାରେ ଏହାକୁ ପକାଇ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଗୁଲାବ ଜାମୁନ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories