www.samajalive.in
Friday, December 12, 2025
14.1 C
Bhubaneswar

ଗର୍ଭବତୀ ଓ ପ୍ରସୂତୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ସରକାରୀ ଖାଦ୍ୟ ନିମ୍ନମାନର ଅଭିଯୋଗ

ଗଞ୍ଜାମ: ଗଂଜାମ ବ୍ଲକ ଓ ଏନଏସି ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ରକୁ ଗର୍ଭବତୀ ଓ ପ୍ରସୂତୀ ମାଆମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ ବର୍ଗର ଖାଦ୍ୟ ଜିନିଷ ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ ହୋଇଛି। ଫଳରେ ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବ୍ଲକ ସିଡିପିଓଙ୍କୁ ଅଭିଯୋଗ କରାଯାଇଥିବା ଜଣାପଡିଛି। ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ ନିମନ୍ତେ ଲିଖିତ ଭାବେ ଦେବାପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

ସୂଚନା ଯୋଗ୍ୟ ଯେ, ମା’ ରାମଚଣ୍ଡୀ ଆତ୍ମ ସହାୟକ ସଂଘ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ଗର୍ଭବତୀ ଓ ପ୍ରସୂତୀ ମାଆମାନଙ୍କ ପାଇଁ ବାଦାମ ଲଡୁ ନାମକ ଏକ ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ନିମ୍ନ ମାନର । ଯାହାକି ଖାଇବା ଉପଯୋଗୀ ନୁହେଁ ବୋଲି ଜଣାପଡିଛି। କାରଣ ଏଥିପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ପୁଷ୍ଟିକର ଖାଦ୍ୟ ପରିବର୍ତ୍ତେ ଅପୁଷ୍ଟିକର ସାବ୍ୟସ୍ତ ହୋଇଛି। ଏ ଲଡୁ ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟରେ ବାଦାମ, ରାଶି ଓ ଗୁଡ଼ ଇତ୍ୟାଦି ପ୍ୟାକେଟରେ ଲେଖାଯାଇଥିବା ବେଳେ ବାଦାମ ଓ ଗୁଡ଼ ଲଡୁରେ ଥିବା ବେଳେ ରାଶି ପଡି ନଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି।

- Advertisement -

ଓଡ଼ିଶା ସରକାରଙ୍କ ପକ୍ଷରୁ ଗର୍ଭବତୀ ଓ ପ୍ରସୂତୀ ମାଆମାନଙ୍କ ଘରକୁ ସୁଷମ ଖାଦ୍ୟ ଯୋଗାଇବା ପାଇଁ ବ୍ୟାପକ ଅର୍ଥ ବ୍ୟବସ୍ଥା କରାଯାଉଥିବା ବେଳେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଏହାର ବ୍ୟତିକ୍ରମ କରୁଛି। ଯଦ୍ବାରା ମାଆ ଓ ଶିଶୁ ଉପରେ ଏହାର କୁପ୍ରଭାଵ ପଡୁଛି। ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟିଦେଇ ଠିକ ଭାବେ ଖାଦ୍ୟ ଉପଯୋଗୀ ଜିନିଷ ଯୋଗାଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ତାହା ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories