www.samajalive.in
Thursday, December 11, 2025
18.1 C
Bhubaneswar

ସାମୁଦ୍ରିକ ଜୁଆରରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ

ଆରଡି: ମୈାସୁମୀ ପ୍ରଭାବରେ ଉପର ମୁଣ୍ଡରେ ଲଗାଣବର୍ଷା ଓ ସାମୁଦ୍ରିକ ଜୁଆରପାଣି ଦ୍ୱାରା ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି ଜଳମଗ୍ନ ହୋଇଛି। ବୈତରଣୀ ଓ ସାଳନ୍ଦୀ ନଦୀର ତଳ ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବା ସହ ନଦୀଦ୍ୱୟ ଉଛୁଳିବାରେ ଲାଗିଛି। ବିଶେଷକରି ମହାନଦୀରୁ ଆସୁଥିବା ବନ୍ୟାଜଳ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଦେଇ ନିଷ୍କାସିତ ହେଉଥିବାରୁ ଧାମରା ସମୁଦ୍ର ମୁହାଣ ନିକଟରେ ବୈତରଣୀ ଉପରମୁଣ୍ଡରୁ ଆସୁଥିବା ବର୍ଷାପାଣି ନିଷ୍କାସନରେ ବାଧକ ସୃଷ୍ଟି ହୋଇଛି। ସମୁଦ୍ରରୁ ଆସୁଥିବା ଜୁଆର ସମୟରେ ନଦୀ ଦ୍ୱୟ ଉଛୁଳି ପଡିବା ସହିତ କୂଳ ଲଂଘି ଜନବସତି ଆଡକୁ ମାଡିବାରେ ଲାଗିଛି। ଏପରିକି ଆରଡି ନିକଟସ୍ଥ ଶୀତଳପୁରଠାରେ ସାଳନ୍ଦୀ ନଦୀ କୂଳ ଲଂଘି ଜନବସତି ଆଡକୁ ମାଡିବାରେ ଲାଗିଛି। କିଛିଦିନ ତଳେ ଉକ୍ତ ଗାଁକୁ ସୁରକ୍ଷା ଦେବାପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ନଦୀ କଡରେ ବଲା ଓ ବାଲିବସ୍ତା ପକାଯାଇଥିଲେ ମଧ୍ୟ ତାହା ଅତି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଏବେ ଜୁଆରପାଣି କୂଳଲଂଘି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି।

ଅନ୍ୟପଟେ ନଦୀରେ ଥିବା ହିଂସ୍ର କୁମ୍ଭୀର ଜୁଆର ସମୟରେ ଗାଁ ନିକଟରେ ସନ୍ତରଣ କରିବା ସହ ଅନେକ ସମୟ ଧରି ଗାଁ ଦାଣ୍ଡ ନିକଟରେ ଶୋଇ ରହୁଥିବାରୁ ଭୟରେ ଜୀବନ ଯାପନ କରୁଛନ୍ତି ଶୀତଳପୁର ଗ୍ରାମବାସୀ। ତାହାସ ସାଳନ୍ଦୀ ନଦୀବନ୍ଧ ଗାଁର ବିଦ୍ୟାଳୟକୁ ଏକମାତ୍ର ରାସ୍ତା ହୋଇଥିବାରୁ ବନ୍ୟା ଓ ଜୁଆର ଆସିବା ସମୟରେ ପିଲାମାନଙ୍କୁ ଅଭିବାବକମାନେ କାନ୍ଧେଇ ବିଦ୍ୟାଳୟକୁ ନେବା ଆଣିବା କରିଥାନ୍ତି। ନଦୀକୂଳରେ ବସବାସ କରୁଥିବା ଅଧିବାସୀମାନଙ୍କ କହିବା ଅନୁଯାୟୀ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ଵ ହେବ ନଦୀବନ୍ଧ ବନ୍ୟାପାଣି ଓ ଜୁଆର ମାଡ ଖାଇଖାଇ ନଦୀରେ ଲିନ୍ନ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ମରାମତି ହେଉନଥିବା ବେଳେ ବର୍ଷାଋତୁ ଆସିଲେ ପ୍ରଶାସନ ବନ୍ଧରେ କେଇ ବସ୍ତା ବାଲି ପକାଇ ଚୁପ ହୋଇ ବସିଯାଏ। ସେମିତ ଚଳିତଥର ବାରମ୍ବାର ଅଭିଯୋଗ ହେବା ପରେ ଜଳସେଚନ ବିଭାଗ ପକ୍ଷରୁ ନଦିବନ୍ଧରେ କିଛି ବାଲି ବସ୍ତା ପକାଯାଇଥିଲେ ମଧ୍ୟ ସାମନ୍ୟ ଜୁଆର ପାଣିରେ ସେତକ ବୁଡିଯାଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories