www.samajalive.in
Saturday, December 13, 2025
26.1 C
Bhubaneswar

ଇଣ୍ଡୋନେସିଆ ବନ୍ୟାରେ ୪୩ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୪୩ରେ ପହଞ୍ଚିଛି। ଆହୁରି ଅନେକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା ରହିଛି। ଜାକର୍ତ୍ତା ଅଞ୍ଚଳରେ ସର୍ବଧିକ ଧନଜୀବନ କ୍ଷତି ହୋଇଛି। ପ୍ରାୟ ୪ଲକ୍ଷ ଜନତାଙ୍କୁ ସ୍ଥାନାନ୍ତର କରାଯିବା ଦ୍ବାରା ବହୁ ଜୀବନ ରକ୍ଷା ହୋଇପାରିଛି। ବନ୍ୟାରେ ୩୦ନିୟୁତ ଜନତା କ୍ଷତିଗ୍ରସ୍ତ ହୋଇଛନ୍ତି। ଜାଭାରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଦେଶର ୧୧ଟି ଜିଲା ବୁଧବାରଠାରୁ ଜଳାର୍ଣ୍ଣବ ରହିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ୟ୍ୟ ଜାରି ରହିଛି।

ଶୁକ୍ରବାର ପରିବେଶ ସ୍ବଚ୍ଛ କରିବା ପାଇଁ ବିଭିନ୍ନ ସ୍ଥାନରେ ହେଲିକପ୍ଟରରୁ ରାସାୟନିକ ସାମଗ୍ରୀ ସିଞ୍ଚାଯାଇଛି। ବିପନ୍ନଙ୍କୁ ଥଇଥାନ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ଇଣ୍ଡୋନେସିଆରେ ନଭେମ୍ବରରୁ ବର୍ଷା ଋତୁ ଆରମ୍ଭ ହେଉଥିବାରୁ ଏହି ସମୟରେ ପ୍ରବଳ ବର୍ଷା ଓ ବନ୍ୟା ଦେଖା‌େ‌ଦଇଥାଏ। ଜାକର୍ତ୍ତା ସବୁବେଳେ ବନ୍ୟା ଓ ଭୂକମ୍ପ ପ୍ରଭାବିତ ହେଉଥିବାରୁ ରାଷ୍ଟ୍ରପତି ଜୋକୋ ୱିଡୋଡୋ ରାଜଧାନୀ ପରିବର୍ତ୍ତନ ଯୋଜନା କରୁଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories