www.samajalive.in
Saturday, December 13, 2025
23.1 C
Bhubaneswar

ବନ୍ୟା ମୁକାବିଲା ପାଇଁ ୧୧ ମାଷ୍ଟର ପ୍ଲାନ୍‍

କଲକାତା : ବନ୍ୟା ନିୟନ୍ତ୍ରଣ ଓ ସେଚ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ଦେବା ନିମିତ୍ତ କେନ୍ଦ୍ରର ବରାଦ ଅର୍ଥ ମିଳୁନାହିଁ। ଯାହାକୁ ନେଇ ରାଜ୍ୟ ସରକାର ସମସ୍ୟାରେ ପଡିଛି। ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ଦିଆ ନଗଲେ ବଡ ଧରଣର ସମସ୍ୟା ଦେଖାଦେବ। ସେଥିପାଇଁ ରାଜ୍ୟ ସରକାର ବିଶ୍ୱ ବ୍ୟାଙ୍କର ଋଣ ଦ୍ୱାରା ବୃହତ୍ତ ଦୁଇଟି ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ ଯାଉଛି।
ସେଚମନ୍ତ୍ରୀ ସୌମେନ ମହାପାତ୍ର କହିଛନ୍ତି ଯେ ୧୧ଟି ମାଷ୍ଟର ପ୍ଲାନ୍‍ ତିଆରି ହୋଇଛି। ଫଳରେ ବିଶ୍ୱବ୍ୟାଙ୍କ ପକ୍ଷରୁ ୨୭୬୮ କୋଟି ଟଙ୍କା ଦାମୋଦର ବନ୍ୟା ନିୟନ୍ତ୍ରଣ ଏବଂ ସେଚ ପ୍ରକଳ୍ପ ପାଇଁ ଋଣ ମଞ୍ଜୁର ହୋଇଛି। ଯାହାଦ୍ୱାରା ଯଥାଶିଘ୍ର କାର୍ଯ୍ୟ ଆରମ୍ଭ ହେବ। ଆହୁରି ଦୁଇଟି ପ୍ରକଳ୍ପ ମଧ୍ୟ ନିର୍ମାଣ ହେବ। ଯେଉଁଥିରେ ବିଶ୍ୱବ୍ୟାଙ୍କ ଋଣ ଦେବ ବୋଲି ସିଦ୍ଧାନ୍ତ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତ୍ତରବଙ୍ଗର ୪ଟି ଜିଲା କୋଚବିହାର, ଜଳପାଇଗୁଡି, ଅଲିପୁର ଦୁଆର ଓ ଦାର୍ଜିଲିଂରେ ବନ୍ୟା ନିୟନ୍ତ୍ରଣ ପାଇଁ ୧୫୮୯ କୋଟି ଟଙ୍କା ବ୍ୟୟ ହେବ। ଏହାସହିତ ଉତ୍ତର ଓ ଦକ୍ଷିଣ ଦିନାଜପୁର ଓ ମାଲଦାହର ବନ୍ୟା ନିୟନ୍ତ୍ରଣ ଏବଂ ନଦୀ ପାର୍ଶ୍ବକ୍ଷୟ ପ୍ରକଳ୍ପ ନିର୍ମାଣ ହେବ।
ଏଥିପାଇଁ ୭୨୧ କୋଟି ବ୍ୟୟ କରାଯିବ। ଦାମୋଦର ପ୍ରକଳ୍ପ ପାଇଁ ମଧ୍ୟ ୭୦ ପ୍ରତିଶତ କମ୍‍ ସୁଧରେ ଟଙ୍କା ମିଳିବାର ବ୍ୟବସ୍ଥା ହୋଇଛି। ମେଦିନୀପୁରର ବିଭିନ୍ନ ନଦୀ ଓ ନାଳ ମରାମତି ପାଇଁ ରାଜ୍ୟ ସରକାର ମୋଟା ଅଙ୍କର ଟଙ୍କା ବ୍ୟୟ କରିଛି। ଯେଉଁଥିରେ ୨୧୬୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହାସହିତ ପଶ୍ଚିମ ଓ ପୂର୍ବ ମେଦିନୀପୁର, ହୁଗୁଳି, ଉତ୍ତର ଓ ଦକ୍ଷିଣ ୨୪ପ୍ରଗଣା ଜିଲାର ସମସ୍ତ ଛୋଟ ନଦୀ ୨୩୩ କୋଟି ଟଙ୍କା ବ୍ୟୟରେ ସଂସ୍କାର କରାଯିବ। ଏଥିପାଇଁ ବ୍ୟୟ ବରାଦ ହୋଇଛି। ସର୍ବୋପରି ଦକ୍ଷିଣବଙ୍ଗରୁ ପାଣି ନିଷ୍କାସନ ପାଇଁ ୨୬୫୨ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପଗୁଡିକ କେନ୍ଦ୍ର ସରକାର ଯଥାଯଥ ମର୍ଯ୍ୟାଦା ଦେଉନାହିଁ। ଏହା ସତ୍ତ୍ବେବି ରାଜ୍ୟ ସରକାର ଉନ୍ନୟନ କାର୍ଯ୍ୟକୁ ଅବ୍ୟାହତ ରଖିଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories