www.samajalive.in
Friday, December 5, 2025
20.1 C
Bhubaneswar

ଲଘୁଚାପ ଜନିତ ବର୍ଷାର ପ୍ରଭାବ; ରାଜ୍ୟର ବିଭିନ୍ନ ଜିଲା ଜଳାର୍ଣ୍ଣବ

ଲମତାପୁଟ/ ବଡ଼ସାହି/ ନୀଳଗିରି: ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଫଳରେ ଜଳ ଭଣ୍ଡାର ଗୁଡିକରେ ଜଳ ସ୍ତର ବଢିବାରେ ଲାଗିଛି। ବର୍ଷା ଯୋଗୁଁ କୋରାପୁଟ ଜିଲା ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ଜଲାପୁଟ ମୁଖ୍ୟ ଜଳଭଣ୍ଡାର ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭାଗୀୟ ଅଧିକାରୀ ଜଲାପୁଟ ଜଳଭଣ୍ଡାରରୁ ୪ଟି ଗେଟ ଓ ମାଛକୁଣ୍ଡ ଜଳଣ୍ଡାରରୁ ୩ଟି ଗେଟ ଖୋଲି ଜଳ ନିଷ୍କାସନ କରୁଛନ୍ତି। ୨ଟି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୦ହଜାର କ୍ୟୁସେକ ଜଳ ନିଷ୍କାସିତ କରାଯାଉଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

- Advertisement -

ଲଗାଣ ବର୍ଷା ଫଳରେ ମୟୂରଭଞ୍ଜ ଜିଲ୍ଲାର ଗଙ୍ଗାହାର ନଦୀରେ ବନ୍ୟା ଆସି ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ବଡ଼ସାହି ବ୍ଲକ ମାନଗୋବିନ୍ଦପୁର, ଶାଳଗାଁ, ମାଣତ୍ରୀ, ଭୀମଦା ଓ ପଟିସାରୀ ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ବ ଗ୍ରାମର ତଳି ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ବର୍ଷା ଲାଗି ରହିଥିବାରୁ ନଦୀ ସଂଲଗ୍ନ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ମାନଗୋବିନ୍ଦପୁର-କୁଞ୍ଚିବଣିଆ ରାସ୍ତା  ଓ ବୈଶିଙ୍ଗା-ଉଦଳା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ମହରମ ଛୁଟି ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପସ୍ଥିତ ଥିବାରୁ ଉଦ୍ଧାର ଓ ତ୍ବରିତ କାର୍ଯ୍ୟ ପ୍ରଭାବିତ ଆଶଙ୍କା ଆଣିଛି । ଗଙ୍ଗାହାର ନଦୀ ବନ୍ଧର କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବାରୁ ବନ୍ଧ ଭାଙ୍ଗିବା ନିଶ୍ଚିତ ବୋଲି କୁହାଯାଉଛି । ଏପରି ହେଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ଦେଖା ଦେଇ ପାରେ ।

ସୋନ ନଦୀରେ ଜଳସ୍ତର ବୃଦ୍ଧି ଘଟିବାରୁ ୮ଟି ପଞ୍ଚାୟତର ୧୬ଟି ଗାଁ ଜଳବନ୍ଦୀରେ ରହିଛି । ସୋନ ପାଣି ଗାଁକୁ ମାଡିଯାଇଛି। ଲୋକେ ଘରୁ ବାହାରକୁ ଆସି ପାରୁନାହାନ୍ତି। ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି। ବନ୍ୟାସ୍ଥଳ ରେ ମୋଟର ଚାଳିତ ଦଙ୍ଗା ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ କରାଯାଇଛି। ନୀଳଗିରି ବ୍ଲକର ମଛୁଆ, କାଂଶ, ନରସିଂହପୁର, ଅଯୋଧ୍ୟା, ରାଧାକିଶୋରେପୁର, ବେଗୁନିଆ, ତେନ୍ତୁଳିଆ ଓ ମାଟିଆଳି ପଞ୍ଚାୟତ ରେ ଏହି ବନ୍ୟା ପରିସ୍ଥିତି ଜଟିଳ ହୋଇଛି । ଜଳବନ୍ଦୀ ରେ ଥିବା ବନ୍ୟା ବିପନ୍ନଙ୍କ ଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ସେମାନଙ୍କ ଘରେ ପାଣି ପଶି ରହିଥିବାରୁ ଘରେ ଚୁଲି ଜଳି ପାରିନି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories