www.samajalive.in
Saturday, December 6, 2025
26.1 C
Bhubaneswar

ଫାଷ୍ଟ୍ୟାଗ, ଫୋନ୍ ବିଲ୍ ସବୁ କିଛି ପେମେଣ୍ଟ କରିବା ହେଲା ସହଜ

ନୂଆଦିଲ୍ଲୀ : ଫ୍ଲିପକାର୍ଟ ଏବେ କେବଳ ଅନଲାଇନ୍ ସପିଂ ପ୍ଲାଟଫର୍ମ ହୋଇ ରହିନି । ଏବେ ଆପଣ ଫ୍ଲିପକାର୍ଟ ଆପରେ ଅନେକ ବିଲ୍ ପୈଠ କରିବା ସହ ରିଚାର୍ଜ ମଧ୍ୟ କରିପାରିବେ । ପୂର୍ବରୁ ଆପଣ ବିଜୁଳି ବିଲ୍ ଏବଂ ମୋବାଇଲ ରିଚାର୍ଜ କରିପାରୁଥିଲେ । କିନ୍ତୁ ଏବେ ଆପଣ ଫ୍ଲିପକାର୍ଟରେ ଆହୁରି ଅନେକ କିଛି ପୈଠ କରିପାରିବେ । ଯଥା ଫାଷ୍ଟ୍ୟାଗ୍ ରିଚାର୍ଜ, ଡିଟିଏଚ୍ ରିଚାର୍ଜ, ଲ୍ୟାଣ୍ଡଲାଇନ୍ ବିଲ୍, ବ୍ରଡବ୍ୟାଣ୍ଡ୍ ବିଲ୍ ଏବଂ ମୋବାଇଲ ପୋଷ୍ଟପେଡ୍ ବିଲ୍ ଆଦି ପୈଠ କରିପାରିବେ ।

ଏହି ପୈଠକୁ ସହଜ କରିବା ପାଇଁ ଫ୍ଲିପକାର୍ଟ ବିଲଡେସ୍କ କମ୍ପାନୀ ସହିତ ମିଶି କାମ କରିଛି । ବିଲଡେସ୍କ ଭାରତର ଏକ ଜଣାଶୁଣା ପେମେଣ୍ଟ କମ୍ପାନୀ । ଫ୍ଲିପକାର୍ଟ ଭାରତ ବିଲ୍ ପେମେଣ୍ଟ୍ସ ସିଷ୍ଟମ ସହିତ ମିଶି ନୂଆ ସେବା ଆରମ୍ଭ କରିଛି । ଫ୍ଲିପକାର୍ଟ ଏହି ନୂଆ ସେବାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଖାସ୍ ଅଫର ଦେଉଛି । ଯଦି ଆପଣ ଫ୍ଲିପକାର୍ଟ ୟୁପିଆଇର ବ୍ୟବହାର କରି ପୈଠ କରନ୍ତି ତେବେ ଆପଣଙ୍କୁ ନିଜ ସୁପରକଏନ୍ସରେ ସମ୍ପୂର୍ଣ୍ଣ ବିଲ୍ ପୈଠରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରେ । ଏହି ଅଫର ସୀମିତ ସମୟ ପାଇଁ ରହିଛି । ଫ୍ଲିପକାର୍ଟ ନିଜ ୟୁପିଆଇ ସେବା ଆରମ୍ଭ କରିଛି ଯାହା ରିଚାର୍ଜ ଓ ବିଲ୍ ପୈଠର ଏକ ସୁରକ୍ଷିତ ଏବଂ ସହଜ ପ୍ରକ୍ରିୟା । ଗ୍ରାହକ ଏହି ସେବା ବ୍ୟବହାର ସୁପରକଏନ୍ସ ଏବଂ କ୍ୟାଶବ୍ୟାକ୍ ରୂପେ ରିଓ୍ବାର୍ଡ କମାଇପାରିବେ ।

ଗଜପତି ଅତିରିକ୍ତ ଜିଲାପାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

- Advertisement -

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories