www.samajalive.in
Saturday, December 6, 2025
19.1 C
Bhubaneswar

ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର, ବୌଦ୍ଧ ସଂଗ୍ରହାଳୟରେ ସ୍ଥାନିତ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମୁଢ଼ାପଦା ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଗତ ମଙ୍ଗଳବାର ଉଦ୍ଧାର ହୋଇଛି। ଏହା ଦେଢଫୁଟ ଉଚ୍ଚତା ଓ ୧ ଫୁଟ ଚଉଡାର ଖାଣ୍ଡେଲାଇଟ ପ୍ରସ୍ତରରେ ନିର୍ମିତ ମୂର୍ତ୍ତି। ଏହା ଜୈନ ତୀର୍ଥଙ୍କର ଅଗୟପଟ ମୂର୍ତ୍ତି ବୋଲି ପ୍ରତ୍ନତତ୍ତ୍ୱବିତ୍‌‌ ଡ. ସୁନୀଲ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି।

ସପ୍ତମ ବା ଅଷ୍ଟମ ଶତାଦ୍ଦୀରେ ର୍ନିମିତ ଏହି ପ୍ରସ୍ତରରେ ୪ ଧାଡିରେ ୬ଟି ଲେଖାଏଁ ମୂର୍ତ୍ତି ଖୋଦିତ ହୋଇଛି। ଜୈନ ଧର୍ମର ସ୍ରଷ୍ଟା ଋଷଭନାଥ, ଅଜିତ, ସମ୍ଭବ, ଅଭିନନ୍ଦନ, ସୁମତୀ, ପଦ୍ମପ୍ରଭ, ସୁପାର୍ଶ୍ଚ, ଚନ୍ଦ୍ରପ୍ରଭ, ସୁବିଧୁ, ଶୀତଳ, ଶ୍ରେୟାଶୁ, ବାସୁପୂଜ୍ୟ, ବିମଳ, ଅନନ୍ତ, ଧର୍ମନାଥ, ଶାନ୍ତନାଥ, କୁନ୍ଥନାଥ, ଅରନାଥ, ମଲ୍ଲୀ, ମୁନିସୁବ୍ରତ, ନମି, ନେମୀ, ପାର୍ଶ୍ବନାଥ, ବର୍ଦ୍ଧମାନ ମହାବୀର ଆଦି ୨୪ ଜଣ ଅହରତ ବା ତୀର୍ଥଙ୍କର ମୂର୍ତ୍ତି ଗୋଟିଏ ପ୍ରସ୍ତରରେ ଖୋଦିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ମତପୋଷଣ କରିଛନ୍ତି। ଏହି ଖୋଦିତ ପ୍ରସ୍ତରରୁ କିଛି ଅଂଶ ଭାଙ୍ଗିଯାଇଛି ଓ ମୂର୍ତ୍ତିଗୁଡିକର ମୁଖମଣ୍ଡଳ କ୍ରମଶଃ କ୍ଷୟପ୍ରାପ୍ତି ହୋଇ ଅସ୍ପଷ୍ଟ ହୋଇପଡ଼ିଛି।

- Advertisement -

ତୀର୍ଥଙ୍କର ପାର୍ଶ୍ବନାଥ ଭଦ୍ରକ ଅଞ୍ଚଳକୁ ଜୈନ ଧର୍ମ ପ୍ରଚାର ପାଇଁ ଆସିଥିବା ବେଳେ ବୌଦ୍ଧପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ସମ୍ଭବତଃ ଷୋଳମପୁର ଆସି ସଂଲଗ୍ନ ଅଞ୍ଚଳରେ ଜୈନ ଧର୍ମ ପ୍ରତିଷ୍ଠା କରିଥିବାରୁ ଏହି ମୂର୍ତ୍ତି ଉପଲବ୍ଧ ହୋଇଛି ବୋଲି ଐତୀହାସିକମାନେ ମତପ୍ରକାଶ କରିଛନ୍ତି। ନଦୀ ଅତଡା ଖସିବା ଫଳରେ ମୂର୍ତ୍ତି ଦୃଶ୍ୟମାନ ହୋଇଥିଲା। ଗ୍ରାମର ରମେଶ ଚନ୍ଦ୍ର ଜେନା, ଗଜେନ୍ଦ୍ର କୁମାର ମହାନ୍ତି, ଶ୍ରୀଧର ଜେନା, ଅନିଲ ମୁଦୁଲି, ମଣ୍ଟୁ ଶଙ୍ଖୁଆ ପ୍ରମୁଖ ମୂର୍ତ୍ତି ଉଦ୍ଧାର କରି ଇନଟାକ ସଦସ୍ୟ ବିଶ୍ୱମ୍ଭର ରାଉତଙ୍କୁ ସୂଚନା ଦେଇ ହସ୍ତାନ୍ତର କରିଥିଲେ।

ଏହି ବିରଳ ଜୈନ ମୂର୍ତ୍ତିକୁ ଷୋଳମପୁର ବୌଦ୍ଧବିହାର ସଂଗ୍ରହାଳୟକୁ ଗୁରୁଜୀ ଶରତ କୁମାର ବେହୁରିଆଙ୍କ ସହଯୋଗରେ ଅଣାଯାଇ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଉପସ୍ଥିତିରେ ରଖାଯାଇଛି। ବହୁ ବିରଳ ମୂର୍ତ୍ତି ଓ ସାମଗ୍ରୀ ଏହି ସଂଗ୍ରହାଳୟରେ ଥିବାରୁ ଏହାର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଏଥିପାଇଁ ଜଣେ ଜଗୁଆଳୀ ବ୍ୟବସ୍ଥା କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ପଦକ୍ଷେପ ଗ୍ରହଣ କରୁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories