ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ମେଲେରିଆ ଜ୍ୱର ବ୍ୟାପିବା ଯୋଗୁ ଚାରି ଦିନ ମଧ୍ୟରେ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ୮୦ରୁ ଅଧିକ ଅନ୍ତେବାସୀ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଯେଉଁ ଆଶ୍ରମ ବିଦ୍ୟାଳୟ ଗୁଡିକରେ ଆକ୍ରାନ୍ତ ଛାତ୍ରଛାତ୍ରୀ ରହିଛନ୍ତି ସେ ସବୁ ବିଦ୍ୟାଳୟରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଦୁଇଟି ଦଳ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି। ତେବେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯେତେ ସବୁ ଆକ୍ରାନ୍ତ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ରକ୍ତ ପରୀକ୍ଷା ମେଲେରିଆ ପଜିଟିଭ୍ ବାହାରୁଛି। ବର୍ତ୍ତମାନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ସଂଖ୍ୟକ ରୋଗୀ ଭର୍ତ୍ତି ହୋଇଛନ୍ତି। ବ୍ଲକରେ ରହିଛି ୧୮ଟି ଆଶ୍ରମ ବିଦ୍ୟାଳୟ। ତେବେ ଅନେକ ଆଶ୍ରମ ବିଦ୍ୟାଳୟରେ ମେଲେରିଆ ଜ୍ଵର କବଳିତ କରି କରିସାରିଲାଣି। ଯେଉଁଥିରେ ଗତ ଚାରି ଦିନ ମଧ୍ୟରେ ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମ୍ୟାଲେରିଆ ପଜିଟିଭ ବାହାରିଥିବା ଜଣାପଡ଼ିଛି।
Popular Categories



