www.samajalive.in
Monday, December 15, 2025
26.1 C
Bhubaneswar

ବିମାନ ଟିକେଟ ରଦ୍ଦ ହେଲେ କେତେ ଫେରସ୍ତ ମିଳିବ ? ଜାଣନ୍ତୁ..

ନୂଆଦିଲ୍ଲୀ : ବସ୍, ଟ୍ରେନ୍ ବା ବିମାନ ଯାତ୍ରୀଙ୍କ ମଧ୍ୟରେ ଟିକେଟକୁ ନେଇ ସବୁ ସ୍ଥାନରେ ଭିନ୍ନ ଭିନ୍ନ ସମସ୍ୟା ଆସିଥାଏ । ଏଥିରୁ ଏକ ବଡ ପ୍ରଶ୍ନ ହେଉଛି ଟିକେଟ୍ ରଦ୍ଦ କଲେ ଫେରସ୍ତ ଆସିବ କି ନାହିଁ ? ଖାସ୍ କରି ବିମାନ ଟିକେଟ ନେଇ ଏହି ପ୍ରଶ୍ନ ଉଙ୍କି ମାରିଥାଏ । ତେବେ ଆସନ୍ତୁ ଜାଣିବା ବିମାନ ରଦ୍ଦ ଏବଂ ଏହାର ଫେରସ୍ତ ସମ୍ପର୍କରେ ସବିଶେଷ ତଥ୍ୟ ଓ ପ୍ରକ୍ରିୟା ସମ୍ପର୍କରେ…

ବିମାନରେ ଯାତ୍ରା କରିବା ବସ୍ ଓ ଟ୍ରେନ୍ ତୁଳନାରେ ଅଧିକ ଶୀଘ୍ର ଓ ଆରାମଦାୟକ । ଏହି କାରଣରୁ ଏଥିରେ ଯାତ୍ରା କରିବା ମହଙ୍ଗା ହୋଇଥାଏ । ଏଥିରେ ଟିକେଟ ରଦ୍ଦ କରିବା ନେଇ ଯାତ୍ରୀ ଅନେକ ଚିନ୍ତା ମଧ୍ୟ କରିଥାନ୍ତି ।  ଟିକେଟ ରଦ୍ଦ ଚାର୍ଜ ଓ ଫେରସ୍ତକୁ ନେଇ ଭିନ୍ନ ଭିନ୍ନ ଏୟାରଓ୍ବେଜ୍ ଓ ଏୟାରଲାଇନର ସର୍ତ୍ତ ମଧ୍ୟ ଅଲଗା ଅଲଗା ହୋଇଥାଏ । ଡିଜିସିଏ ନିୟମ ଅନୁସାରେ ବିମାନ ରଦ୍ଦ ହେଲେ ଏୟାରଲାଇନ ଯାତ୍ରୀଙ୍କ ସୁବିଧା ଅନୁସାରେ ଟିକେଟ୍ ପୁନଃପ୍ରଦାନ ପାଇଁ ତାରିଖ ଧାର୍ଯ୍ୟ କରିବ । ଯାତ୍ରୀ ମନା କଲେ ତାଙ୍କୁ ଟିକେଟର ସମ୍ପୂର୍ଣ୍ଣ ପଇସା ଫେରାଇବାକୁ ପଡିଥାଏ । ତେବେ ଏମିତି ବହୁତ କମ୍ ଥର ଘଟିଥାଏ ଏବଂ ଏଥିରୁ ଏୟାରଲାଇନ୍ କିଛି ଚାର୍ଜ ମଧ୍ୟ କାଟିନେଇଥାଏ ।

- Advertisement -

ଯଦି ଯାତ୍ରୀ ନିଜପଟୁ ଟିକେଟ ରଦ୍ଦ କରୁଛନ୍ତି ତେବେ ଫେରସ୍ତର ଅଲଗା ନିୟମ ଅଛି । ଘରୋଇ ଏୟାରଲାଇନ୍ ନିୟମ ଅନୁସାରେ ବିମାନ ଉଡାଣ ଭରିବାର ୭ ଦିନ ପୂର୍ବରୁ ଟିକେଟ ରଦ୍ଦ କଲେ ସମ୍ପୂର୍ଣ୍ଣ ଫେରସ୍ତ ମିଳିଥାଏ । ଉଡାଣର ୩ ଦିନ ପୂର୍ବରୁ ଟିକେଟ ରଦ୍ଦ କଲେ ପ୍ରାୟ ୩ ହଜାର ଟଙ୍କା ଚାର୍ଜ ଲାଗିଥାଏ । ସେହିଭଳି ୩ ଦିନଠୁ ଆରମ୍ଭ କରି ବିମାନ ଉଡାଣ ଦିନ ସୁଦ୍ଧା ଟିକେଟ ରଦ୍ଦ କଲେ ଏହି ଚାର୍ଜ ୩୫୦୦ ଟଙ୍କା ପର୍ଯ୍ୟନ୍ତ ବଢିଯାଏ । ତେବେ ଅନେକ ଏୟାରଲାଇନ୍ ଟିକେଟ ରଦ୍ଦକୁ ନେଇ ଏକ ଖାସ୍ ବିକଳ୍ପ ମଧ୍ୟ ଦିଅନ୍ତି ଯେଉଁଥିରେ ବୁକିଂ ସମୟରେ ଏକ ନିର୍ଦ୍ଧାରିତ ପୈଠ କରିବା ପରେ ଟିକେଟ ରଦ୍ଦ କଲେ ମଧ୍ୟ ସମ୍ପୂର୍ଣ୍ଣ ଫେରସ୍ତ ମିଳିଥାଏ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories