ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ପୋଡାଯିବାକୁ ନେଇ ଭାରତର ପ୍ରତିବାଦ
ଲଣ୍ଡନ : ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ବାହାରେ ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ପତାକା ପୋଡାଯାଇଛି। ଏହାକୁ ନେଇ ଭାରତ ସରକାର ବ୍ରିଟିଶ ସରକାରଙ୍କ ନିକଟରେ ଦୃଢ ପ୍ରତିବାଦ ଜଣାଇଛନ୍ତି। ଖଲସ୍ତାନ ସପକ୍ଷବାଦୀମାନେ ତ୍ରିରଙ୍ଗା ପତାକା ପୋଡିଥିବାବେଳେ ବ୍ରିଟିଶ ସରକାର ଏହାକୁ ଦୁଃଖଦାୟକ ବୋଲି କହିଛନ୍ତି। ସାମ୍ଭାବ୍ୟ ଘଟଣା ସମ୍ପର୍କରେ ଭାରତ ସରକାର ବ୍ରିଟିଶ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହା ଘଟିଛି। ବର୍ଷକ ମଧ୍ୟରେ ଏହା ଦ୍ବିତୀୟ ଘଟଣା। ଭାରତ ସରକାର ଏହି ପ୍ରସଙ୍ଗକୁ ବିଭିନ୍ନ ସ୍ତରରେ ଉଠାଇଛି।