www.samajalive.in
Friday, November 14, 2025
25.1 C
Bhubaneswar

୫ ସାଂସଦ ପାଇବେ ସଂସଦ ରତ୍ନ ପୁରସ୍କାର, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ସଂସଦ ଅଧିବେଶନ ନିକଟରେ ଶେଷ ହୋଇଛି। ଚଳିତ ବର୍ଷ ଲୋକସଭାର ୫ଜଣ ଶ୍ରେଷ୍ଠ ସାଂସଦଙ୍କୁ ସଂସଦ ରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ପୁରସ୍କାର ପାଇଁ ଘୋଷଣା ହୋଇଥିବା ତାଲିକାରେ ବିଜେପିର ସୁକାନ୍ତ ମଜୁମଦାର ଓ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନାମ ସାମିଲ ଅଛି। ସୁକାନ୍ତ ମଜୁମଦାର ପଶ୍ଚିମବଙ୍ଗର ବିଜେପି ସାଂସଦ ହୋଇଥିବାବେଳେ ଶ୍ରୀକାନ୍ତ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ। ଫେବୃଆରୀ ୧୭ରେ ଏକ ସ୍ବତନ୍ତ୍ର ସମାରୋହରେ ଏହି ୫ଜଣ ସାଂସଦକୁ ସମ୍ମାନିତ କରାଯିବ।

ସଂସଦ ରତ୍ନ ପୁରସ୍କାର ପାଇବାକୁ ଥିବା ୫ଜଣ ସାଂସଦ ହେଉଛନ୍ତି, ବିଜେପିର ସୁକାନ୍ତ ମଜୁମଦାର, ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ, ବିଜେପିର ସୁଧୀର ଗୁପ୍ତା, ଏନସିପିର ରାମସିଂହ କୋହ୍ଲେ, କଂଗ୍ରେସର କୁଲଦୀପ ରାୟ ଶର୍ମା।

- Advertisement -

ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ସାଂସଦମାନଙ୍କ ପ୍ରଦର୍ଶନ ଆଧାରରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ସଂସଦରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସାଂସଦମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

Hot this week

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

ନୂଆପଡା ଜନାଦେଶ : ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍

ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ...

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

Related Articles

Popular Categories