ମାଛ କାଲିଆ

0

ଆବଶ୍ୟକୀୟ ସାମଗ୍ର: କଟା ରୋହି ମାଛ, ହଳଦୀ, ଲୁଣ, ଲଙ୍କା ଗୁଣ୍ଡ, ତେଲ, କଟା ପିଆଜ, କଞ୍ଚ ଲଙ୍କା, ବଟା ଟମାଟୋ, ଅଦା ରସୁଣ ପେଷ୍ଟ, ଡାଲଚିନି ଓ ଗୁଜୁରାତି ଗୁଣ୍ଡ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ରୋହି ମାଛକୁ ଭଲ ଭାବରେ ଧୋଇ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ । ଗ୍ୟାସରେ କଡାଇ ବସାଇ ସୋରିଷ ତେଲ ବା ରିଫାଇନ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ସେଥିରେ ମାଛ ପକାଇ ଭଜାନ୍ତୁ । ମାଛ କାଲିଆରେ ମାଛ ମୁଣ୍ଡ ବା ଲାଞ୍ଚ ଦରକାର ନାହିଁ । ମାଛ ଭାଜି ହୋଇଗଲା ପରେ ତେଲରୁ କାଢି ଆଣି ଏକ ପାତ୍ରରେ ରଖନ୍ତୁ ।

ଏବେ ଗ୍ୟାସରେ ଅନ୍ୟ ଏକ ପ୍ୟନ୍ ବସାଇ ତେଲ ଗରମ କରିନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ତେଜପତ୍ର ଓ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଅଳ୍ପ ଭାଜି ହୋଇଗଲା ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ ଓ ଅଳ୍ପ ପାଣି ଦେଇ ଗୋଳାନ୍ତୁ । ଏହାକୁ ମଧ୍ୟମ ଆଞ୍ଚରେ କଷନ୍ତୁ । ମସଲା ଫୁଟି ଆସିଲେ ସେଥିରେ କଞ୍ଚା ଲଙ୍କା ଲମ୍ବା କରି କାଟି ପକାନ୍ତୁ । ଏଥିରେ ଗୋଟିଏ ଛୋଟ ବଟା ଟମାଟୋ ଓ ଲୁଣ ଦେଇ କଷନ୍ତୁ । ମଝିରେ ଅଳ୍ପ ପାଣି ଦେଇ ମସଲାକୁ କଷନ୍ତୁ । ମସଲା ଭଲକି କଷି ହୋଇଗଲେ ସେଥିରେ ଏକ ଗ୍ଲାସ ପାଣି ଦେଇ ଫୁଟାନ୍ତୁ । ପାଣି ଫୁଟି ଗଲେ ଭଜା ମାଛକୁ ପକାଇ ଦିଅନ୍ତୁ । ମଝିରେ ମାଛକୁ ଓଲଟାଉ ଥିବେ । ଏଥିରେ ଝୋଳ ରହିବନି ତେଣୁ ତରକାରୀରୁ ପୁରା ପାଣିକୁ ମାରିଦେବେ । ମାଛରେ ମସଲା ଲାଗି ଆସିଲେ ଡାଲଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରିଦେବେ । ପ୍ରସ୍ତୁତ ହୋଇଗଲା ମାଛ କାଲିଆ ।

Leave A Reply