www.samajalive.in
Friday, December 5, 2025
20.1 C
Bhubaneswar

ପ୍ରଥମ ଥର ସ୍ବୀକାର କଲେ ଟ୍ରମ୍ପ: ଭାରତ ଓ ପାକିସ୍ତାନର ଦୁଇ ନେତା ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି

ଓ୍ବାଶିଂଟନ: ଶେଷରେ ମାନିଲେ ଟ୍ରମ୍ପ। ଭାରତ-ପାକିସ୍ତାନ ଯୁଦ୍ଧବିରତି ନିଷ୍ପତ୍ତି ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ନିଜେ ଶ୍ରେୟ ନ ନେଇ ଏକଥା ସ୍ଵୀକାର କରିଛନ୍ତି ଯେ, ଭାରତୀୟ ସେନାର ଅପରେସନ୍‌ ସିନ୍ଦୂର ପରେ ଯୁଦ୍ଧ ବନ୍ଦ କରିବାର ନିଷ୍ପତ୍ତି ପାକିସ୍ତାନ ଓ ଭାରତର ଦୁଇ ନେତା ମିଳିତ ଭାବରେ ନେଇଥିଲେ। ବେଶ୍ ଚତୁରତାର ସହ ଉଭୟ ନେତା ଏହି ନିଷ୍ପତ୍ତି ନେଇଥିଲେ, ନଚେତ୍‌ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ଥିଲା ବୋଲି ଟ୍ରମ୍ପ କହିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ପ୍ରାୟ ୧୫ ଥର କହିସାରିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ଶ୍ରେୟ ତାଙ୍କୁ ମିଳିବା ଉଚିତ, କିନ୍ତୁ ଏହା ହେଉନାହିଁ। ବୁଧବାର ହ୍ୱାଇଟ୍ ହାଉସରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମଧ୍ୟାହ୍ନ ଭୋଜନର ଆତିଥ୍ୟ ଦେବା ପରେ ଓଭାଲ୍ ଅଫିସରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ମେ’ ୧୦ ତାରିଖରେ ହୋଇଥିବା ଅସ୍ତ୍ରବିରତି ପରେ ଟ୍ରମ୍ପ ଅନେକ ଥର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ସେ କହିଥିଲେ ଯେ, ବାଣିଜ୍ୟ ଜାରି ରଖିବାର ଆବଶ୍ୟକତା ବିଷୟ କହି ସେ ଭାରତ ଏବଂ ପାକିସ୍ତାନର ନେତାଙ୍କୁ ଗୁଳିବର୍ଷା ବନ୍ଦ କରିବାକୁ ରାଜି କରାଇଥିଲେ। କିନ୍ତୁ ଭାରତ ଏହାକୁ ଅନେକ ଥର ଦୃଢ଼ ଭାବରେ ଖଣ୍ଡନ କରିଛି। ମନ୍ତ୍ରୀ ଏବଂ ସାଂସଦଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ, ଉଭୟ ଦେଶର ସେନା ମହାନିର୍ଦ୍ଦେଶକ(ଡିଜିଏମଓ)ଙ୍କ ମଧ୍ୟରେ ଆଲୋଚନା ଏବଂ ପାକିସ୍ତାନର ସିଧାସଳଖ ଅପିଲ୍ ପରେ ହିଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ହୋଇଥିଲା। ଏଥିରେ କୌଣସି ତୃତୀୟ ଦେଶର ମଧ୍ୟସ୍ଥତା କିମ୍ବା ଅନ୍ୟାନ୍ୟ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଠିକ୍ ନୁହେଁ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories