www.samajalive.in
Wednesday, December 10, 2025
23.1 C
Bhubaneswar

ଫେଡେରରଙ୍କୁ ବାସେଲ ଓପନ୍‌ ଟେନିସ୍ ଟୁର୍ଣ୍ଣାମେଣ୍ଟ ଟାଇଟଲ

ବାସେଲ (ସ୍ବିଜରଲାଣ୍ଡ): ଟେନିସ ଇତିହାସରେ ଅଦ୍ୟାବଧି ସର୍ବଶ୍ରେଷ୍ଠ ପୁରୁଷ ଖେଳାଳିଙ୍କ ମାନ୍ୟତା ପାଇଥିବା ରଜର ଫେଡେରର ତାଙ୍କ କୃତିତ୍ବମୟ ଗାଥାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ବିଜରଲାଣ୍ଡର ଏହି ଖେଳାଳି ତାଙ୍କ ଦେଶରେ ଅନୁଷ୍ଠିତ ବାସେଲ ଓପନ୍‌ ଟେନିସ୍ ଟୁର୍ଣ୍ଣାମେଣ୍ଟକୁ ୧୦ମ ଥର ପାଇଁ ଜିତି ପାରିଛନ୍ତି। ଏପରି ସଫଳତା ପରେ ସ୍ବିଜରଲାଣ୍ଡର ଏହି ଟେନିସ୍ କିମ୍ବଦନ୍ତୀ ତାଙ୍କ କୃତିତ୍ବକୁ ‘ବେଶ୍‌ ଅବିଶ୍ବସନୀୟ’ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨ ଦଶନ୍ଧି ତଳେ ଏହି ଟୁର୍ଣ୍ଣାମେଣ୍ଟରେ ବଲ୍‌ ବୟ ଥିବା ବେଳେ ରଜର ଫେଡେରର ଟେନିସ୍ ଖେଳିବା ପ୍ରତି ଆକୃଷ୍ଟ ହୋଇଥିଲେ। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଫେଡେରର ଅଷ୍ଟ୍ରେଲିଆର ଯୁବ ଖେଳାଳି ଆଲେକ୍ସ ଡି ମିନୌରଙ୍କୁ ସହଜରେ ୬-୨, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି।
ସୂଚନାଯୋଗ୍ୟ; ୩୮ ବର୍ଷ ବୟସ୍କ ରଜର ଫେଡେରରଙ୍କର ଏହା ୧୦୩ତମ ଏଟିପି ଟାଇଟଲ। ଫଳରେ ବିଶ୍ବରେକର୍ଡ ୧୦୯ଟି ଏଟିପି ଟାଇଟଲ ଜିତିଥିବା ଆମେରିକାର ଜିମ୍ମି କର୍ନ୍ନସଙ୍କ ସମକକ୍ଷ ହେବା ଲାଗି ଫେଡେରର ଆଉ ମାତ୍ର ୬ଟି ଏଟିପି ଟାଇଟଲ ବିଜୟ ଆବଶ୍ୟକ କରୁଛନ୍ତି। ହଲ୍‌ ଓପନ୍‌ରେ ମଧ୍ୟ ଫେଡେରର ୧୦ଥର ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଜିତିଥିବା ବେଳେ ବାସେଲ୍‌ରେ ମଧ୍ୟ ସମାନ ସଂଖ୍ୟକ ୧୦ଟି ଟାଇଟଲ ଜିତିଛନ୍ତି। ପୁଣି ବାସେଲ୍‌ରେ ଫେଡେରର ୭୫ଟି ମ୍ୟାଚ୍ ଜିତିବାର କୃତିତ୍ବ ହାସଲ କରିଛନ୍ତି। ଏଠାରେ ୨୦୧୩ ଫାଇନାଲରେ ଆର୍ଜେଣ୍ଟିନାର ୟୁଆନ୍ ମାର୍ଟିନ୍ ଡେଲ୍‌ ପଟ୍ରୋଙ୍କଠାରୁ ପରାସ୍ତହେବା ପରଠାରୁ ଫେଡେରର ଏଠାରେ କ୍ରମାଗତ ୨୪ଟି ମ୍ୟାଚ୍ ଜିତି ପାରିଛନ୍ତି। ଚଳିତବର୍ଷ ଏହା ଫେଡେରରଙ୍କ ୪ର୍ଥ ଏଟିପି ଟାଇଟଲ। ଏହା ପୂର୍ବରୁ ଫେଡେରର ଦୁବାଇ, ମାୟାମି ଓ ହଲ୍‌ରେ ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଜିତି ପାରିଛନ୍ତି। ଫେଡେରରଙ୍କ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ହେଉଛି ଲଣ୍ଡନରେ ଖେଳାଯିବାକୁ ଥିବା ଏଟିପି ଫାଇନାଲ୍‌ସ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories